STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ଜନ୍ମଦାତା

ଜନ୍ମଦାତା

1 min
234

ଦ୍ଵିଜ ମନ୍ତ୍ର ସଂସ୍କାର ଭିତରେ

ଗଢିଥିଲ ଶୁଦ୍ଧ ପୂତ ମନ

ନାଁ ଧରିବାର ନୁହେଁ ବୋଲି

ନାନା ଡାକ କେତେ ଆପଣାର

ନନା ସେତ ମୋର ଜନ୍ମଦାତା

ହୃଦୟର ସ୍ପନ୍ଦନ ମୋ

ପ୍ରତି ଜୀବକୋଷେ

ସେ ନଟରାଜ ମୂର୍ତ୍ତି

ନଶ୍ୱର ଶରୀରଧାରୀ ସୃଷ୍ଟି କର୍ତ୍ତା

ଅଭୟ ପ୍ରଦାନକାରୀ ଶକ୍ତିର ଆଧାର

ଦିବ୍ୟ ଜୀବନ ପ୍ରଦାନକାରୀ

ତୁମେ ମୋ ଚଳନ୍ତି ଦେବତା

ସଭିଙ୍କ ସମ୍ମାନଷ୍ପଦ ଶୁଭଚିନ୍ତକ

ପରାପର ଭାବର ଉର୍ଦ୍ଧରେ

ତୁମେ ଥିଲ ମହାନ ହେ ପିତା

ଜ୍ୟୋତିଷ ଶାସ୍ତ୍ରେ ଥିଲ

ଅମଳିନ ପ୍ରତିଭା

ଅଙ୍ଗୁଳି ଗଣନା କରି

ଦେଉଥିଲ କହି

ଗତ ଆଗତର ନିଚ୍ଛକ ବାର୍ତ୍ତା

ଦୁଃଖ କଷ୍ଟ ଦୂର ପାଇଁ

ଗ୍ରହ ଶାନ୍ତିର ଉପଦେଶ

ମାତ୍ର ନିଜେ ଜନ୍ମ ରହସ୍ୟର

ଚକ୍ରେ ଛନ୍ଦିହୋଇ ଭୋଗିଲ.ଯାତନା

 ସେ ଥିଲା ହୁଏତ କ୍ରିୟମାଣ

ଅବା ସଂଚିତ ପ୍ରାରବ୍ଧ

ତିଳ ତିଳ ଜଳି

ବୁଜିଦେଲ ଆଖି


ମନେପଡେ ତୁମ ଧୋବ ଫର ଫର

ଧୋତି ସାଥେ କନ୍ଧେ

ନାଲି ଗାମୁଛା

ମଥାରେ ଚନ୍ଦନ ଟିପା

ବିଶାଳ ବପୁରେ ମତ୍ତ ସିଂହ ଚାଲି

ଶାସ୍ତ୍ର ଆରାଧନା କରି

କର୍ମ କର୍ମାଣୀ ରେ ବ୍ରତୀ

 ଥିଲ ସଦା ବିଭୂଚିନ୍ତନରେ


ତୁମ ହାତ ଗଢ଼ା ମନ୍ଦିର

ଥିଲା ବୈକୁଣ୍ଠ ସମାନ

ଆକାଶର ଚାନ୍ଦ ମାଗିଲେ ବି

ଭାଙ୍ଗି ଦେଉନଥିଲ ମନ

ହଁ, ଆଣିବା ର ଦିଅ ପ୍ରତିଶୃତି

ଯୁକ୍ତିକଲେ କର୍ମରେ ବିଶ୍ୱାସ

 ତୁମେ କୁହ ଯାହା

ଇଶ୍ଵରଙ୍କ ଇଛା ଟଳିବନି କେବେ

ପ୍ରଗାଢ଼ ଇଶ୍ଵର ବିଶ୍ୱାସୀ ହୋଇ

ପାଇଲ କଣ

ଲହୁଲୁହ ନିଗାଡ଼ି

ଗଢ଼ିଥିବା ମଣିଷ

କଲେ ହତାଦର

ମନେପଡେ ଶେଷ ମୁହୂର୍ତ୍ତର

ନୀରବ ଚାହାଣି

କେତେ ଅସହାୟ ଥିଲି

ଅନ୍ୟ ପାଶେ ଅଭିମାନ ରଖି

ମୁହଁ ଫେରାଇଲି

ହାତଭାଗିନୀ ମୁଁ

କେ ବୁଝିବ ଅନ୍ତର୍ଦାହ

 ସତ୍ୟ ଧର୍ମ କର୍ମର

ଫଳ ଆଜି ବିପରୀତ

ତଥାପି ତୁମେ ମୋ ଆଦର୍ଶ

ଆଚରିବି ଧର୍ମ ପଥ

ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ

ଇଶ୍ୱରଙ୍କୁ ଜଣାଏ ଗୁହାରି

ଜନ୍ମେ ଜନ୍ମେ କୋଳେ ତାଙ୍କ

ଜନ୍ମ ଦିଅ ହରି |

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy