STORYMIRROR

Swarnalata Dash

Inspirational

4  

Swarnalata Dash

Inspirational

ଅପରାଜିତା

ଅପରାଜିତା

1 min
16

ସୃଷ୍ଟିକର୍ତ୍ତାଙ୍କ ଅନବଦ୍ୟ ସୃଷ୍ଟି ନାରୀ

ଦେଖି ରୂପବିନ୍ୟାସ ସ୍ରଷ୍ଟା ବି ଅଭିଭୂତ

ରିପୁହୀନ ବୋଲି ନାମ ଦେଲେ ନାରୀ

ସେ ହେଲା ସୃଷ୍ଟିକାରିଣୀ

ଧରାରାଣୀ ପରି ସର୍ବଂସହା

ମମତାମୟୀ ସେନେହମୟୀ ଅମୃତମୟୀ

ସେବା ଧର୍ମର ମୂର୍ତ୍ତିମନ୍ତ ପ୍ରତୀକ

ତଥାପି ସେ ହୀନମାନ୍ୟତାର ଶୀକାର ଯୁଗେ ଯୁଗେ

ସଦା ନିର୍ଯ୍ୟାତିତା ପୁରୁଷ ପ୍ରାଧାନ୍ୟ ସମାଜେ

ଅହରହ ନିଷ୍ପେସିତା ଦୁଃଖ ଯାତନାରେ

ହେଲେ ଧୈର୍ଯ୍ୟର ପାହାଡ଼ ବକ୍ଷରେ ଧରି

ଆଗେଇଚାଲେ ସେ ଗନ୍ତବ୍ୟ ପଥରେ

ସେଥିପାଇଁ ସେ ଆଜି ଦୁର୍ବଳା ନୁହେଁ ସବଳା

ପ୍ରତି କ୍ଷେତ୍ରେ ଠିଆ ରାଜଦାଣ୍ଡେ

ଉତ୍ସର୍ଗୀକୃତ ସମାଜ ସେବାରେ

ଆକାଶରେ ଉଡି ସାଗରରେ ବୁଡି

ପ୍ରତିରକ୍ଷାବାହିନୀରେ ସ୍ଥିତି ଦୃଢ଼ କରି

ଧର୍ମ ଶିକ୍ଷା ସ୍ୱାସ୍ଥ୍ୟ

ଅନ୍ତରିକ୍ଷେ ପାଦ ଥାପିଦିଏ

କାନ୍ଧେ କାନ୍ଧ ମିଳାଇ ପୁରୁଷର ସାଥେ

ଗୋଟିଏ ମୁଦ୍ରାରେ ଦୁଇ ପାର୍ଶ୍ଵ ପରି

ନିଜ ଗୋଡ଼େ ଠିଆ ନିଜେ ପ୍ରତିଟି କ୍ଷେତ୍ରରେ

ଜନନୀ ଭଗିନୀ ଜାୟା ରୂପେ ଥାଇ

ଆଜି ସେ ଅପରାଜିତା ରୂପ ନିଏ

ପୁରୁଷଠାରୁ କେଉଁ ଗୁଣେ 

ଊଣା ନୁହେଁ ପ୍ରମାଣ ଦିଏ ତ

ତା ପାଇଁ ନୁହେଁ ଏକ ଦିବସ

ପ୍ରତି ମୁହୂର୍ତ୍ତରେ ତାର ବନ୍ଦନା

ଗାଇବାକୁ ହୁଏ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational