STORYMIRROR

Swarnalata Dash

Others

3  

Swarnalata Dash

Others

ମୋ ଦେଶ

ମୋ ଦେଶ

1 min
116

ପୁଣ୍ୟଭୂମି ଆର୍ଯ୍ୟଭୂମି ଏହି ମୋ ଭାରତଭୂମି

ସବୁ ଭାରତୀୟ ଭାଇ ଭଉଣୀ ଆମେ

ସେବୁଥିବା ତା ପୟରମନ ପ୍ରାଣ ଏକାକାର

କରି ଗାଇ ଜୟ ଗୀତି ତାହାର ନାମେ

 ମଥା ପାତି କରୁ ବନ୍ଦନା

ସର୍ବ ସୁଖମୟ ହେଉ କରୁ କାମନା 11|

ମୋ ଦେଶର ରୂପ ଶୋଭା ସତେ କେଡେ ମନଲୋଭା

ହିମାଳୟ ମଥାରେ ମୁକୁଟ ପରାୟେ

ବକ୍ଷେ କେତେ ନଦ ନଦୀଗଙ୍ଗା ଗୋଦାବରୀ ତାପ୍ତି

ସରସ୍ବତୀ ଯମୁନା ଯେ କାବେରୀ ଚୟ

ମହୋଦଧି ଧୁଏ ପୟର

ସବୁଜ ବନ କି ସତେ କୁନ୍ତଳ ତାର |2|

ତା ଜଳ ମୋ ଦେହେ ବହେଧମନୀରେ ରକ୍ତ ପ୍ରାୟେ

 ତା ପବନ ନିଃଶ୍ୱାସେ ମୋ íବହୁଛି ମଜ୍ଜି

ସୁଜଳା ସୁଫକା ସେତଶସ୍ୟ ଶ୍ୟାମାଳିମା କ୍ଷେତ

 ଜ୍ଞାନ ବିଜ୍ଞାନେ ସମୃଦ୍ଧ ହୋଇଛି ଆଜି 

ମୋ ଦେଶ ତ୍ରିରଙ୍ଗା ପତାକା

 ଉଡି ଫର ଫର ଦିଏ ଶାନ୍ତିର ବାର୍ତ୍ତା |3|

ହିନ୍ଦୁ ଶିଖ ଖ୍ରୀଷ୍ଟିୟାନବୁଦ୍ଧ ଜୈନ ମୁସଲମାନ

 ସର୍ବ ଧର୍ମ ସମନ୍ୱୟଏକ ପରାଣ

ମୋ ଦେଶ ଠାକୁର ସେ ତସାରା ଜଗତର ନାଥ 

ସାରଥୀ ସାଜେ ସେ ଜାଣି ଭକତ ମନ 

ଆକୁମାରୀ ହିମାଚଳ ତ

ଗୋଟିଏ ସୂତ୍ରରେ ଗାଉ ଏକତା ମନ୍ତ୍ର |4|

ଜନ୍ମିଥିଲେ ଏ ଦେଶରେକେତେ ସୁର ବୀର ନରେ

ବୀର ପ୍ରସବିନୀ ମୋର ଜନମ ମାଟି

ଚାଚାଜୀ ନେତାଜୀ ବାପୁଲାଲ ବାଲ ପାଲ ସବୁ

ଗଢି ସ୍ୱାଧୀନ ଭାରତ ବିଦେଶୀ ହଟି

 ବେଡ଼ମନ୍ତ୍ର ଓଁକାର ଧ୍ୱନି

କରାଏ ପବିତ୍ର ଗୀତା ମହତ ବାଣୀ |5|

ଭେଦାଭେଦ ଭୁଲିଯିବାଅହିଂସା ବାର୍ତ୍ତା ବାଣ୍ଟିବା

ରଖିବା ଦେଶର ଟେକ ଜୀବନ ଦେଇ

ବିକାଶ ମନ୍ତ୍ର ଗାଇବା ପ୍ରଗତି ପଥରେ ନେବା

ସାରା ମୂଳକରେ ଶ୍ରେଷ୍ଠ ହୋଇବ ସେହି 

 ଗାନ୍ଧୀଜୀଙ୍କ ରାମ ରାଇଜ

ସାକାର କରିବା ନେଇ ଶପଥ ଆଜ |6|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍