STORYMIRROR

Swarnalata Dash

Children

4  

Swarnalata Dash

Children

ଆମ ବାପୁ

ଆମ ବାପୁ

1 min
400

ତପୋଭୂମି ଏହି ଭାରତ ଭୂମିରେ

ଜନ୍ମିଥିଲେ ସେ ମହାତ୍ମା

ଅହିଂସାର ମୂର୍ତ୍ତିମନ୍ତ ପ୍ରତୀକ ସେ

ବିଶ୍ୱବିଦିତ ସେ କଥା |

ଲେଖାଅଛି କଥା ମାନବଜାତିରେ

ବଢିଗଲେ ପାପ ଭାର

ଅନ୍ୟାୟ ଅତ୍ୟାଚାରର ଅନ୍ତ ପାଇଁ

ମହାତ୍ମାଙ୍କ ଅବତାର |

ଗୋରା ଶାସନରେ ଅତିଷ୍ଠ ହୋଇଲେ

ଭାରତ ବାସୀଏ ଶେଷେ

ତ୍ରାହି ତ୍ରାହି ଡାକ ଶୁଣିଲେ ଈଶ୍ୱର

ବାପୁଜୀ ଜନ୍ମିଲେ ଦେଶେ |

ଦୁଇ ତାରିଖ ଅକ୍ଟୋବର ମାସରେ

ଅଠର ଶ " ଅଣସ୍ତୁରୀ

ଶୁଭ ଲଗ୍ନେ ପୁତୁଲି ବାଈଙ୍କ କୋଳ

ଥିଲେ ସେ ମଣ୍ଡନ କରି

ମୋହନ ଦାସ କରମଚାନ୍ଦଗାନ୍ଧୀ

ତାଙ୍କ ପୁରା ନାମ ଥିଲାl

ସଂପ୍ରୀତି କସ୍ତୁରୀ ସୁରଭିରେ ସତେ

ଦେଶ ମହକିତ ହେଲା

ପିତା ତାଙ୍କ ଥିଲେ କରମ ଚାନ୍ଦ ଗାନ୍ଧୀ..

ବାଲ୍ୟକାଳୁ ସତ୍ୟ କହି

ଶିକ୍ଷକ ମାନଙ୍କ ମୋହିଥିଲେ ମନ

ସତ୍ୟ ମାର୍ଗ ଅନୁସରି

ଦାନବୀର ହରିଶ୍ଚନ୍ଦ୍ର ପୁଣି ଆଉ

ଶ୍ରବଣ କୁମାର କଥା 

ଶୁଣି ହୋଇଥିଲେ ଅନୁପ୍ରାଣିତ ସେ

ବାଣ୍ଟିଲେ ଅହିଂସା ବାର୍ତ୍ତା

ତେର ବର୍ଷେ ବିଭା କସ୍ତୁରବାଙ୍କୁ

ସରଳ ଜୀବନ ଶୈଳୀ

ଆଇନ ପାଠକୁ ପଢି ସେ ମୋହନ

ଦେଶ ପାଇଁ ଆତ୍ମ ବଳୀ

ଆଣ୍ଠୁ ନ ଲୁଚିବା ଧୋତି ଖଣ୍ଡେ ପିନ୍ଧି

ଚାଦର ଖଣ୍ଡିଏ ଦେହେ

ଆତ୍ମବଳ ନେଇ ସତ୍ୟାଗ୍ରହ କରି

ସ୍ୱାଧୀନତା ମନ୍ତ୍ରେ ମୋହେ

ବାପୁ ଥିଲେ ଆମ ଶତାଦ୍ଦୀ ପୁରୁଷ

କେହି ନୁହେଁ ତାଙ୍କ ପରି

କର୍ମ ପ୍ରବଣତା ସମୟାନୁବର୍ତ୍ତୀ

ଥିଲେ ଅହିଂସା ପୂଜାରୀ

ଶେଷେ ପରାଜିତ ଗୋରା ଶାସକ ତ

ପଳାଇଲେ ତାଙ୍କ ରାଜ୍ୟେ

ଗାନ୍ଧିଜୀଙ୍କ ସ୍ବପ୍ନ ରାମ ରାଜ୍ୟ ଥିଲା

ଅଧୁରା ରହିଛି ଏବେ

ପ୍ରାର୍ଥନା ସଭାରେ ଆତତାୟୀ ଏକ

ଆଣ୍ଠୁମାଡ଼ି ଗୁଳି କଲା

ହା ରାମ!କହି ଟଳି ପଡିଲେ ସେ

କାଳକୁ କଥା ରହିଲା

ସ୍ୱାଧୀନତା ମଧୁ ଚାଖୁ ଏବେ ଆମେ

ଜୀବନ ଦାନେ ତାଙ୍କର

ସୂର୍ଯ୍ୟ ସମ ଜ୍ୟୋତି ଭାରତ ମାଆର

ସଗର୍ବେ ଟେକିଛି ଶୀର |


साहित्याला गुण द्या
लॉग इन

Similar oriya poem from Children