STORYMIRROR

Swarnalata Dash

Tragedy

3  

Swarnalata Dash

Tragedy

ଦୁନିଆଁ

ଦୁନିଆଁ

1 min
236

ଏ ଦୁନିଆଁ ତ ଦୁଇ ନିଆଁ

ଏନ୍ତୁଡ଼ିରୁ ମଶାଣି

ଜୀବନର ଚଲାପଥେ

ଅନେକ ଅଗ୍ନିପରୀକ୍ଷା

ଅହରହ ତନୁରେ ଜ୍ୱଳନ

ଦୁନିଆଁର କର୍ମ ପ୍ରବଣତାରେ

ତିକ୍ତ ଯେବେ ଅନୁଭୂତି

ମନ ଅତୀବ କଷାୟ

ବିନ୍ଦୁ ଚାରିପଟେ

ବୃତ୍ତ ଆଙ୍କିଲେ ବି

ଭୁଲ ହୁଏ ପରିଧିର ମାପ

କଷ଼ୁଥିବା ଜୀବନ ଅଙ୍କରେ

ଧାରା ପ୍ରୟୋଗରେ ବି

ଭୁଲ ହୁଏ ସମାଧାନ

ସୂତ୍ର ତ ସାଧନା ସିଦ୍ଧ

ନିର୍ଭୁଲ ଚିରାଚରିତ

ତଥାପି କାହିଁକି ହୁଏ ଏପରି

ଦୁଇସର୍ନିହିତ କୋଣ

ପରସ୍ପର ପରିପୂରକ ହେଲେ ବି

ଭୁଲ ବୋଲି ପିଟିଦେଲେ

ଅପଵାଦର ଡିଣ୍ଡିମ

ଅନ୍ତର ତଳେ ଭେଦିଯାଏ

ଅଶେଷ ଯାତନା

ଶିରା ପ୍ରଶିରାରେ

ଲୋମଟାଙ୍କୁରି ଉଠେ

ଦୁନିଆଁକୁ ଆସି କି ପରୀକ୍ଷା ଇୟେ

ହତାଦର ଅନାଦର

ପ୍ରତିମୁହୂର୍ତରେ

ନ ଥାଏ ସହଭୁଭୁତି

କି ସମବେଦନାର ସ୍ୱର

ଯାହା ପାଇଁ ସମର୍ପିତା

ସେମାନେ ହିଁ କରନ୍ତି ହତାଦର

ଯେଉଁ ନିରାପଦ କୋଳ

ନେଉଥିଲା କୋଳେଇ

ସେମାନଙ୍କୁ କରି

ଅବହେଳା ହୁଏତ ଆଜି

ଭୋଗୁ ସେଇ ପାପର ଫଳ

କ୍ଷମସ୍ବ ହରି

ଶ୍ରୀ ପୟରେ ମଥାପାତି

କରୁ୍ଚି ଗୁହାରି

ଏ ଦୁନିଆଁ ରଙ୍ଗମଞ୍ଚେ

ଅଭିନୟ ସାରି

ଲୀନ ହେବି ପଦ୍ମପାଦେ

ମୁକ୍ତି ଦେଵ ଆତ୍ମାକୁ ମୋହରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy