STORYMIRROR

Birakishore Nayak

Tragedy Inspirational

3  

Birakishore Nayak

Tragedy Inspirational

ଦୁହିତା

ଦୁହିତା

1 min
200

ପୁରାଣରେ ଅଛି କୋଟି ପୂଣ୍ୟ ବଳେ

   ପ୍ରାପ୍ତ ହୁଏ କନ୍ୟା ଧନ 

ପିତାମାତାଙ୍କର ଜୀବନ ସାର୍ଥକ

   ହୁଏ କରି କନ୍ୟାଦାନ |


ଝିଅଟିଏ ଜନ୍ମ ହୋଇ ସ୍ନେହ ପାଇ

   ବଢିଥାଏ ବାପଘରେ 

ପିତାମାତା ସ୍ନେହ ଗାଆଁ ମାଟି ଛାଡି

   ଯାଏ ଦିନେ ଶାଶୁଘରେ |


ସେଥିପାଇଁ ତାକୁ ଦୁହିତା କହନ୍ତି

   ହୁଏ ଦୁଇ କୁଳେ ହିତା 

ବାପଘର ନାମ ଉଜ୍ଜ୍ୱଳ କରେ ସେ

   ଶାଶୁଘରେ ଶୁଭସ୍ମିତା |


ଥିଲା ଦିନେ ଝିଅ ଅତି ଅଲିଅଳି

   ପିତାମାତାଙ୍କର ଆଖି 

ପରଘରୀ ହୋଇ ହୋଇଯାଏ ବୋହୂ

   ମନ ଇତିହାସେ ଲେଖି |


ଗାଆଁ ସାଙ୍ଗସାଥି ଗାଆଁ ବିଲବଣ

   ସବୁ ହୋଇଯାଏ ସ୍ମୃତି 

ଶାଶୁଘରେ ସ୍ୱାମୀ ଶାଶୁ ଶ୍ୱଶୁରଙ୍କୁ

   ନେଇ ରହେ କରି ସାଥି |


ସବୁ ଝିଅ ଭାଗ୍ୟେ ଲେଖା ଏହା ଥାଏ

   ଏ ତ ସମାଜର ଵିଧି 

କିଏ ରହେ ସୁଖେ କିଏ ବି ସଣ୍ଠଣା

   ଭୋଗେ ଶାଶୁଘରେ ନିତି |


ବାହାଘର ପରେ ଲଭି ସେ ସନ୍ତାନ

   ହୁଏ ପୂଣ୍ୟବତୀ ମାଆ 

ଦୁହିତା ଜନମ ହୁଏ ତା ସାର୍ଥକ

   ସାକ୍ଷୀ ତା ଏନ୍ତୁଡ଼ି ନିଆଁ |


ବାପଘର ଆଉ ଶାଶୁ ଘର ପାଇଁ

   ହୁଏ ସେ ସମ୍ପର୍କ ଡୋରି 

ପ୍ରୀତି ମମତାର ପ୍ରତିମୂର୍ତ୍ତି ଏକ

   ଢାଳେ ଜ୍ୟୋତି ଦୀପ ପରି |



Rate this content
Log in

Similar oriya poem from Tragedy