ଶୋଷଣ
ଶୋଷଣ
ଆଧୁନିକତାର ପ୍ରପଞ୍ଚ ଆବେଶେ
ଯନ୍ତ୍ରଦାସ ଏ ମାନବ
ମତ୍ତ ଅବିଚାରେ ଶୋଷଣ ତୋଷଣେ
ହତବୁଦ୍ଧି ହତବମ୍ବ
ମହାମାରୀ ଦୁଃଖକ୍ଳେଶ
ଘୋଟେ ଅବସାଦ ମାରାତ୍ମକ ବ୍ୟାଧି
ସୃଷ୍ଟିର ମହା ବିନାଶ ।
ଭୋଗ ସୁଖ ସ୍ୱପ୍ନ ଆଶା ଅସୁମାରୀ
ଦୁର୍ବାର ସ୍ୱାର୍ଥ ଲାଳସା
ବଢାଏ ଜୀବନେ ହି°ସା 6ଦ୍ୱଷ ଲୋଭ
ଧନରତ୍ନ ଜିଗୀବିଷା
ମାୟାମୋହ ଅହଙ୍କାର
ବଡ଼ ହୀନିମାନ ମଣିଷ ଜୀବନ
ନରକ ସମ ସ°ସାର ।
ହେ ନୀଳ ଜଳଦ ଚାତକ ପରାଏ
ଚାହିଁଛି ମୁଁ ନିର୍ନିମେଷ
ବରଷ ଶୀତଳ ଜଳ ଶୁଭାଶିଷ
ଜୀବନ ହେଉ ମୋ ତୋଷ
ତୁମେ ମୋ ଆଶା ଭରସା
ଚରଣ ପଙ୍କଜ ସୁଧା ପାନ କରି
ମେଣ୍ଟିଯାଉ ମୋ ପିପାସା ।
ତୁମେ ସନାତନ ଅମୃତ ନିର୍ଝର
ଜୀବନର ମଧୁଛନ୍ଦ
ସବୁଜ ସୁନ୍ଦର ବିମଳ ପ୍ରକୃତି
ଚିନ୍ମୟ ସଚ୍ଚିଦାନନ୍ଦ
ମଙ୍ଗଳ ଶୁଭ କାରଣ
ଦିଅ ଦିବ୍ୟଜ୍ଞାନ ଆହରୁ ମାନବ
ନ କରୁ ବୃଥା ଶୋଷଣ ।
