STORYMIRROR

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

କେମିତି ବାନ୍ଧିବି କହ

କେମିତି ବାନ୍ଧିବି କହ

1 min
174


କେମିତି ବାନ୍ଧିବି କହ ଭବଜଳେ

ଭାସମାନ ସେତୁବନ୍ଧ

ଗୁଣ୍ଡୁଚି ମାତର ମାଗେ ଶୁଭାଶିଷ

ସୁବିଶ୍ୱ।ସ ହେଉ ଦୃଢ଼ ।


ନର ରୂପେ ପ୍ରଭୁ ନିଅ ଅବତାର

ଲୀଳାମୟ ଭଗବାନ

ନିସ୍ତରନ୍ତୁ ପ୍ରାଣୀ ଏ ଭବ ସାଗରୁ

ଧରି ତୁମ ଶୁଭ ନାମ ।


ନାହିଁ କୂଳପାଳ ଅଥୟ ଅଥଳ

ସ°ସାର ବଡ଼ ବିଷମ

ଉଦ୍ଧର ସଙ୍କଟୁ ଜଗତର ନାଥ

ଶ୍ରୀରାମ ପୁରୁଷୋତ୍ତମ ।


କାଷ୍ଠ ପାଷାଣରେ ତୁମ ରୂପ ଛବି

ସର୍ବଘଟେ ବିଦ୍ୟମାନ

ଦଶ ଅବତାର ରଥ ନନ୍ଦିଘୋଷେ

ବାମନ ମଧୁସୂଦନ ।


ଧରି କରବାଳ କରାଳ ମୂରତି

ଅଶ୍ୱ ପୃଷ୍ଠେ ଆରୋହିଣ

ବିଧ୍ୱ°ସ ନୃଶଂସ ପାପ ତାପ ଦୁଃଖ

ସତ୍ୟ ହେଉ ସ°ସ୍ଥାପନ ।


ମୀନ ଓ କଚ୍ଛପ ବରାହ ନୃସିଂହ

ମହାମୁନୀ ଗଉତମ

ଜୟ ରାମକୃଷ୍ଣ ଭଗବାନ କଳ୍କୀ

ଉଦ୍ଧର ସତ୍ୟ ଧରମ ।



Rate this content
Log in

Similar oriya poem from Tragedy