STORYMIRROR

Debabrata Mishra

Abstract Tragedy

3  

Debabrata Mishra

Abstract Tragedy

ତୁମେ ନିଶ୍ଚିହ୍ନ ହେବ

ତୁମେ ନିଶ୍ଚିହ୍ନ ହେବ

1 min
143


ସରିସରି ଆସୁଛି ତୁମ ସମୟର ଆୟୁଷ

ଏ ମାଟିରୁ ଏ ରାଇଜରୁ ଏ ଦେଶରୁ 

ଏ ବାୟୁମଣ୍ଡଳରୁ ପ୍ରତି ଜନର ମନମଣ୍ଡଳରୁ

ନିର୍ମୂଳ ହେବ ତୁମେ ନିଶ୍ଚିହ୍ନ ହେବ

ତୁମ ମନ୍ଦବୁଦ୍ଧି, ହୀନ ଉଦ୍ଦେଶ୍ଯ ଓ

ଅନ୍ୟାୟ, ଅତ୍ୟାଚାର ର ସବୁ ମିଛ ପିୟୁଷ

ସବୁ ଅସଲ ରୂପେ ପ୍ରକାଶିତ ହେବ

ସାରା ସଂସାର ଜାଣିବ ତୁମର ବିଷ

ଲୁହନିଶ୍ୱାସ ପଡ଼ିଛି ପଡୁଛି ଓ ପଡ଼ିବ

ଆଉ ଟିକିଏ ବଞ୍ଚିବନି ଅବଶେଷ, 


କେତେ ପରିବାରର ଲୁହଲହୁର କରୁଣ ଚିତ୍କାର

ସୀମା ଟପିଗଲାଣି ଆଉ ରକ୍ଷା ନାହିଁ

ତୁମକୁ କ୍ଷମାର ତ ପ୍ରଶ୍ନ ନାହିଁ

ଅନେକ ପେଟର ଦାନା ମାରିଛ

ପ୍ରଥମେ ଦୁର୍ବଳ କରୁଛ ପରେପରେ

ସେହି ଦୁର୍ବଳତା କୁ ନେଇ ଖେଳୁଛ

ଛିଡ଼ିପଡ଼ିବ ତୁମ ଅହଙ୍କାରର, ଅର୍ଥବଳର ଆକାଶ

ଆଉ ମାଟି ବିକି ସ୍ୱାଭିମାନ ବିକି ରକ୍ତ ଶୋଷି

ନିର୍ମାଣ କରିଥିବା ଘୃଣ୍ୟ ପ୍ରଥା ଓ ପରମ୍ପରା 

ସବୁ ନଷ୍ଟଭ୍ରଷ୍ଟ ନିଶ୍ଚିହ୍ନ ହେବ ହିଁ ହେବ 

ନିଶ୍ଚିତ ହେବ ଏହି ଅନ୍ୟାୟର ଶେଷ

ଏପରି ଲୋଭୀ, ଚୌକି କ୍ଷମତାଲିପ୍ସୁ ଙ୍କ

ପାହାଚ ସରୁଛି ସବୁ ହୋଇଯିବ ନିଶେଷ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract