STORYMIRROR

Parbati Pradhan

Abstract Inspirational Others

3  

Parbati Pradhan

Abstract Inspirational Others

ନଈ ଲୋ ନଈ

ନଈ ଲୋ ନଈ

1 min
444

ନଈ ଲୋ ନଈ

କେତେ ଧର୍ଯ୍ୟ ଧରି ଆସିଛୁ

ତୁ ଦୂର ରାଇଜୁ ବହି

ଚିରି ଦେଇ ପାହାଡ଼ର ବୁକୁ

ଆସିଛୁ ତୁ ଜନମାନସର

ହିତ ପାଇଁ

ଧାରା ଧାରା ଶିରା ପ୍ରଶିରା ହୋଇ l


କେତେ ବଣ ଜଙ୍ଗଲ ଭେଦ କରି

ଗାଁ ଗଣ୍ଡା ସହର ନଗରୀ ଦେଇ

ଆସିଛୁ ତୁ ବହି

ଶେଷେ ମିସିଛୁ ତୁ ଲୁଣ ସମୁଦ୍ର ରେ ଯାଇ

ନଈ ଲୋ ନଈ ।


କେବେ ଫୁଲି ଉଠୁ ବରଷା ଜଳେ ପୁଣି

ସଜ ହେଉ ବିକଟାଳ ବନ୍ୟା ରୂପ ଧରି

ଲଙ୍ଘି ଯାଉ ପୁଣି ଗରିବ କୁଡ଼ିଆ

ଶୂନ୍ୟ କରି ଦେଇ ଚାଲିଯାଉ

ତ ହାତ ତୁ ପରା ।


କୁଢ଼ କୁଢ଼ ସବ ଦେଇଛୁ ଦେହେ ମାଖି

କେତେ ଆବର୍ଜନା

କେତେ ମଳମୂତ୍ର

ନେଇଛୁ ତୁ ପରଖି

ପୁଣି କେତେ ପାହାଡ଼, ପର୍ବତ, ନଅର, ସହର

ଯାଇଛି ତୋ ଦେହେ ଟଳି

ତଥାପି ତୁ ନିର୍ମଳ ଲୋ ନଈ ।


ତୋ ଦେହେ ଭାସିଛି

କେତେ ପିତୃ ପୁରୁଷ ଙ୍କ ପିଣ୍ଡ

ତୁ ରହିଛୁ ସାକ୍ଷୀ ହୋଇ

ତୋ ଦେହେ ଭାସନ୍ତି ପେଣ୍ଡା ପେଣ୍ଡା

ଇତିହାସ

ପୁଣି ଭାସନ୍ତି କେତେ ଜାରଜ କଅଁଳା ପିଲା

ତୋ ଉପରେ ହୁଏ କେତେ ଗବେଷଣା

ତିଆରି ଚାଲେ ଅନେକ ଯୋଜନା

ହେଲେ ସବୁ ବଳିପଡ଼େ ଏ ସ୍ୱାର୍ଥ ବାଦୀ ଙ୍କ

ହାତରେ ଲୋ ନଈ ।


ଆଜିକାଲି ତୁ ବସ ଉଠ ହେଉ

ରାଜଧାନୀ ସହରରେ

ତୋ ଉପରେ ମୁଣ୍ଡ ଟେକେ ବିରାଟ ବିରାଟ ନଅର

ମିଶିଛନ୍ତି ତୋ ଦେହରେ

ସହରଟା ଯାକର ଡ୍ରେନ

ତଥାପି ତୁ ନିସ୍ତବ୍ଦ ବସ ସବୁ ସାହିଯାଉ

ସତରେ ତୁ କେତେ ମହାନ ଲୋ ନଈ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract