STORYMIRROR

Parbati Pradhan

Inspirational

3  

Parbati Pradhan

Inspirational

ମରିସାରିଛି ମାନବିକତା

ମରିସାରିଛି ମାନବିକତା

1 min
375

ମାନବ ଜାତିର ଶ୍ରେଷ୍ଠ ପରିଚୟ

ଅଟେ ମାନବିକତା

ମାନଵିକତା ଆଜି ନଷ୍ଟ ହେଇଯାଏ

ସ୍ୱାର୍ଥ ନେସି ବ୍ୟକ୍ତିତ୍ୱରେ

ଭାବୁ ଥିଲି ଦିନେ ସମାଜରେ

ବଞ୍ଚିରହିଛି ମାନବିକତା

ଭୁଲ ଥିଲା ମୋ ଭାବନା ଓ ଚିନ୍ତା ll


ଦେଖିଲି କେତେ ବାପା ମାଆ କେଇଟା

ଟଙ୍କା ପାଇଁ

କରୁଛନ୍ତି ନିଜ ସନ୍ତାନକୁ ବିକ୍ରି

 ଶିକ୍ଷିତ ପରିବାରରୁ ଉଦ୍ଧାର ହେଉଛି

ଶିଶୁ ଶ୍ରମିକଟେ ପୁଣି

ହୁ ହୁ କରି ବଢ଼ି ଚାଲୁଛି

ଭୃଣ ହତ୍ୟା ପୁଣି ll


ଯେଉଁଠି ପାଉଛି ନାରୀ ଶିକ୍ଷା

ସେଇଠି ଶିକ୍ଷକ କରୁଛି

ଯୌନ ନିର୍ଯ୍ୟାତନା

ପୁଣି ଟଙ୍କା ଲୋଭେରେ ଶିକ୍ଷିତ ଶାଶୁଘରୁ

ଝିଅଟିଏ ପାଏ ଯୌତୁକ ଯାତନା ll


ରାସ୍ତା କଡ଼େ ବ୍ୟକ୍ତି ହୁଏ ଦୁର୍ଘଟଣା ଗ୍ରସ୍ତ 

ବ୍ୟକ୍ତି ହୁଏ ଛଟପଟ

ଚାଲିଥାଏ ସିଧା ପ୍ରସାରଣ

ପାଣି ମୁନ୍ଦେ ଦେଇ ଉଠାଇବା ପାଇଁ

ବାହାରନ୍ତି କେହି ବ୍ୟକ୍ତି ଗଣ ll


ଅସହାୟ ଶିଶୁ ମାଆ ମୃତ ପରେ

ଛାତିରୁ ଶୋଷୁ ଥାଏ କ୍ଷୀର

ପୁଣି କେଉଁଠି ରାସ୍ତା କଡ଼ ଡଷ୍ଟବିନରୁ

ସାଉଁଟି ଖାଉଥାଏ କେଇ ଗଣ୍ଡା ଅନ୍ନ

ରାସ୍ତା କଡ଼େ ବୁଲୁଥାଏ ହୋଇ ସେ ପାଗଳ ll


କେଉଁଠି ଅକାଳ ମହାମାରୀ ପାଇଁ

କେଉଁଠି ଜାତିରୁ ବାସନ୍ଦ ପାଇଁ

ଶବ ଦାହ କରିବାକୁ କାନ୍ଧ

ନ ମିଳନ୍ତି ଜାତି ଭାଇ ll


କେଇଟା ଟଙ୍କା ଲୋଭରେ ଡାକ୍ତର

ରାତି ବିକାଳୀ 

ଅକ୍ସିଜେନ୍ ଥାଳି ବାହାର କରି

ମୃତ ଘୋଷଣା କରି ଦିଅ

ସେଇ ଗରିବ ନିରୀହ ବ୍ୟକ୍ତିକୁ ll


ଚାଲିଛି ଏଠି ନେତା ମନ୍ତ୍ରୀଙ୍କ ଶାସନ 

ବଢ଼ି ଚାଲେ ନିର୍ଯ୍ୟାତନା ଭାର

ଝିଅଟିକୁ ନ୍ୟାୟ ଦେବା ପାଇଁ

ମାଆ ବୁଲେ ଦୁଆର ଦୁଆର

କିନ୍ତୁ ହାତ ବଢ଼ାଇବା ପାଇଁ

ନ ଥାନ୍ତି ପାଖେ କେହି ତାର

ଅତ୍ୟାଚାରୀ ଓ ମାନବିକତାହୀନ

ହେଇ ସାରିଛି ଏ ସମାଜ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational