STORYMIRROR

Parbati Pradhan

Inspirational

3  

Parbati Pradhan

Inspirational

ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

1 min
261

ଭଉଣୀ ସଜାଏ ପୂଜାର ଥାଳି

ଭାଇର ମଙ୍ଗଳ କାମନା କରି

କପାଳେ ଚନ୍ଦନ ଟିକା

ମସ୍ତକେ ଅରୁଆ ଚାଉଳ ଦେଇ

ବାନ୍ଧିଦିଏ ତାର ରାକ୍ଷୀର ଡୋରି ll


ଡୋରି ନୁହେଁ ସେତ ସେନେହ ଡୋରି

ତା ମଧ୍ୟ ଗୁନ୍ଥିଛି ମମତା ମାଳି

ମନ ପ୍ରାଣ ଦେଇ କରିଛି ତିଆରି

ସୂତାଟିଏ ବୋଲି ଜମା ଭାବିବନି ll


ବିଶ୍ୱାସରେ ମୁଁ ବନ୍ଧୁଅଛି ଆଜି

ମନରେ ବିଶ୍ୱାସ ଭରି

ରାକ୍ଷୀ ସିନା ଭାଇ ଛିଣ୍ଡି ଯିବ କାଲି

ବିଶ୍ୱାସ ନ ଦେବା ମରି ll


ମହାଭାରତରେ ଦ୍ରୌପଦୀ ନିଜର

ପିନ୍ଧା ବସ୍ତ୍ର ଚିରି

ବାନ୍ଧି ଥିଲେ ପଟି କୃଷ୍ଣଙ୍କ ହାତରେ

ଶ୍ରଦ୍ଧା ଭାବ ଭାରି

କୁରୁସଭା ତଳେ ଵିଵସ୍ତ୍ର ଭଉଣୀର

ଡାକ ଶୁଣି

କୋଟି ବସ୍ତ୍ର ଦେଇ ରକ୍ଷା କରିଥିଲେ

ଲଜ୍ଜା ମହତ ପୁଣି ll


କର୍ମାବତୀଙ୍କ ରାକ୍ଷୀର ମହତ ରଖି ହୁମାୟୁନ

ବିପଦ ବେଳରେ ସାହା ହୋଇ ଥିଲେ

ଇତିହାସୁ ତାହା ଜାଣୁ ll


କଳିଯୁଗେ ଆଜି ସାକ୍ଷୀ ରହିଛନ୍ତି

ସ୍ୱୟଂ ଜଗତ ଠାକୁର

ଅର୍ଦ୍ଧାଙ୍ଗିନୀକୁ ଦୂର କରିଦେଇ

ଭଉଣୀକୁ କରେ ନିଜର ll


କେତେ ଜାତି ରାକ୍ଷୀ ବାଜରେ ମିଳୁଛି

କେତେ ରଙ୍ଗ କେତେ ମୂଲ୍ୟର

ମୂଲ୍ୟ ବଡ଼ ନୁହେଁ

ଶ୍ରଦ୍ଧା ଭାବ ଅଟେ ଅମୂଲ୍ୟ ମୂଲ୍ୟ ll


ଉପହାର ମୋର ଲୋଡ଼ା ନାହିଁ ଭାଇ

ଲୋଡ଼ା ତୁମ ସ୍ନେହ ଶରଧା

ବିପଦେ ଆପଦେ ସାହା ହୋଇଥିବ

ତୁମ ହତଭଗିନୀ ଏତିକି କାମନା ll


ଆଜି ଏ ଦିବସେ ମଙ୍ଗଳ ମନାସେ

ତୁମ ସୁନା ନାକି ଗେଲେଇ ଭଉଣୀ

ଭାଇ ଭଉଣୀଙ୍କ ସମ୍ପର୍କ ଅତୁଟ ରହୁ

ଏତିକି କାମନା ତୁମକୁ ମୋର କଳା ଗୋସାଇଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational