STORYMIRROR

Parbati Pradhan

Abstract Inspirational Others

4  

Parbati Pradhan

Abstract Inspirational Others

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
524

କଳାହାଣ୍ଡି ମେଘ ଆଜି ବି ଘୋଟୁଛି

ଆଷାଢ଼ ରେ ମେଘ ବର୍ଷୁଛି

ଗାଁ ଗଣ୍ଡା ପାଣି ସୁଅ ଵି ଧରୁଛି

ଓଳିର ଟୋପା ଟୋପା ଲିଭି ଯାଇଛି l


ବରଷା ଟୋପାରେ ଭିଜି ଭିଜି ଆଜି

ଅଗଣା ରେ ଫୁଲ ମୁରୁକି ମୁରୁକି ହସୁଛି

କାଦୁଅ ପଙ୍କ ର ମହକ ବସୁନି

ଚାରିଆଡ କଂକ୍ରିଟ ହୋଇଯାଇଛି l


କାଲିର ସେଦିନ କେତେ ଭଲ ଥିଲା

ଓଠରେ ଚେନାଏ ହସ

ହାତରେ ଖଣ୍ଡିଏ କାଗଜ ମୁଁ ଧରି

ଗଢୁଥିଲି ତତେ ପରସ୍ତ ପରସ୍ତ କରି

ସାଙ୍ଗ ସାଥି ମେଳେ ମେଲାଣି ମୁଁ ଦିଏ

ଆଦର ଯତନ କରି l


ଗୁଣୁ ଗୁଣୁ ହୋଇ କହୁଥିଲି ତତେ

ଭାସିଯା ମୋର କାଗଜଡ଼ଙ୍ଗା

ଡରିଯିବୁ ନାହିଁ ଆକାଶ ରେ

ଦେଖି ମେଘ ବାଆ

ବାଟରେ ଦେଖିବୁ କେତେ ନୂଆ ନୂଆ ଗାଁ

ହସ ହସ ମୁହେଁ ସଭିଙ୍କୁ ଆଦରି

ଦୂର କୁ ଦୂର କୁ ଯାଅ l


ଯାଇଛି ସେ ପିଲା ବେଳ

ଛଡାଇ ନେଇଛି ଆଧୁନିକ କାଳ

ଦିଶୁ ନାହିଁ ଆଉ କାଗଜ ଡ଼ଙ୍ଗା ର ଖେଳ

ଆଷାଢ଼ ରେ ଆଉ ଲାଗୁ ନାହିଁ

ଆଉ ସାଧବ ପୁଅ ର ବୋଇତ ମେଳ l


ସ୍କୁଲ ଛୁଟି ବେଳ 

ହୋଇ ଓଦା ସର ସର

ମୁଣ୍ଡ ରେ ରଖି ସରୁ ପତର

ଖେଳୁଥିଲୁ କାଗଜ ଡ଼ଙ୍ଗା ଖେଳ

ରାଗ, ଋଷ, ମାନ ଅଭିମାନ

କରୁଥିଲି ସାଥେ ତାର

ପାଣି ସୁଅରେ କାଦୁଅ ଫୋପାଡ଼ି

ଖେଳୁଥିଲୁ ପିଲା ଖେଳ l


ଆଜି ସିନା ପଡିଛି ଆଧୁନିକତାର ଛାପ

ତଥାପି ମନରୁ ଲିଭିନାହିଁ

ମୋ ପିଲା ବେଳ

ବେସ୍ତତା ଭିତରେ

ବରଷା ଦେଖିଲେ ମନ ଖୋଜି

ବୁଲେ କାଗଜ ଡ଼ଙ୍ଗା ଙ୍କ ମେଳ l


ବରଷାକୁ ଦେଖି ମନ ମୋ

ବ୍ୟଥିତ ହେଉଛି

ପାଇ ପାରନ୍ତି କି ମୋ ପିଲା ଦିନକୁ

ପୁଣି କାଗଜ ଡ଼ଙ୍ଗା ଭାସନ୍ତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract