STORYMIRROR

Parbati Pradhan

Abstract Inspirational Others

4  

Parbati Pradhan

Abstract Inspirational Others

କିଏସେ ବୁଝିବ ମୋମନ କଥା

କିଏସେ ବୁଝିବ ମୋମନ କଥା

1 min
396

ବୋଉ ତୋ କଥା ଭାବିଦେଲେ ଥରେ

ଅନ୍ତର ଯାଉଛି ଚିରି

ତୋ ସରଳ ମୁହଁ ଆଖିରେ ନାଚୁଛି

ପରୁ ନାହିଁ ତତେ ଭୂଲି

କେମିତି ଯେ ତୁ ଦୂରେ ଚାଲିଗଲୁ

ଏକୁଟିଆ ମତେ କରି

କାହାକୁ କହିବି ଅନ୍ତର ବେଦନା

କିଏ ଅବା ମୋର ନିଜର ଅଛି

ସଶମର୍ଥ ଆଜି ରୋଜଗାର ମୁଁ କରୁଛି

କିନ୍ତୁ ତୋ ହାତ ଦିଆସେ ପକେଟ ମନି ଖୋଜୁଛି

ଚାକ ଚକମିଆ ମଖମଲ ଶେଯେ ଶୋଉଛି

କିନ୍ତୁ ମୋ ଆଖି ନିଦ ମାଉସୀ ତୋ କୋଳ ଝୁଲଣା ଖୋଜୁଛି

ଖାଇବା ପାଇଁ ମୁଁ ହୋଟେଲ, ରେସ୍ତୁରାଣ୍ଟ ଯାଉଛି

କିନ୍ତୁ ତୋ ହାତ ରନ୍ଧା ସେ ଦୁଇମୁଠା ପଖାଳ କୁ ମୁଁ ଝୁରୁଛି

କ୍ଲାନ୍ତ ହୋଇଗଲେ ଝାଳ ପୋଛିବାକୁ ରୁମାଲ

ପକେଟରେ ରଖିଛି

କିନ୍ତୁ ଧୂଳି ଝଡ ସେହି ପଣତକୁ ମୁଁ ଖୋଜୁଛି

ଯାନିଯାତରା ଦେଖିବାକୁ ଗଲେ ତୋ କଥା ମନେ ପଡୁଛି

ଅଳିକରି କିଛି ମାଗିବା ପାଇଁ ପାଖରେ ମୋର କେହି ନାହାନ୍ତି

ଜୀବନ ରେ ଆଜି ଅନେକ ଭୂଲ ମୁଁ କରୁଛି

କିନ୍ତୁ ଠିକ ବାଟ ଟିକୁ ଦେଖାଇବା ପାଇଁ ପାଖରେ

ମୋରେ କେହି ନାହାନ୍ତି

ହାତ ଧରି ବୋଉ ଚାଲିବାକୁ ମତେ କରିଥିଲୁ ପଣ

ଭୂଲି ଗଲୁ କାହିଁ ଅଳ୍ପ ଦିନେ ସବୁ କରିଦେଲୁ ମତେ ପର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract