କିଏସେ ବୁଝିବ ମୋମନ କଥା
କିଏସେ ବୁଝିବ ମୋମନ କଥା
ବୋଉ ତୋ କଥା ଭାବିଦେଲେ ଥରେ
ଅନ୍ତର ଯାଉଛି ଚିରି
ତୋ ସରଳ ମୁହଁ ଆଖିରେ ନାଚୁଛି
ପରୁ ନାହିଁ ତତେ ଭୂଲି
କେମିତି ଯେ ତୁ ଦୂରେ ଚାଲିଗଲୁ
ଏକୁଟିଆ ମତେ କରି
କାହାକୁ କହିବି ଅନ୍ତର ବେଦନା
କିଏ ଅବା ମୋର ନିଜର ଅଛି
ସଶମର୍ଥ ଆଜି ରୋଜଗାର ମୁଁ କରୁଛି
କିନ୍ତୁ ତୋ ହାତ ଦିଆସେ ପକେଟ ମନି ଖୋଜୁଛି
ଚାକ ଚକମିଆ ମଖମଲ ଶେଯେ ଶୋଉଛି
କିନ୍ତୁ ମୋ ଆଖି ନିଦ ମାଉସୀ ତୋ କୋଳ ଝୁଲଣା ଖୋଜୁଛି
ଖାଇବା ପାଇଁ ମୁଁ ହୋଟେଲ, ରେସ୍ତୁରାଣ୍ଟ ଯାଉଛି
କିନ୍ତୁ ତୋ ହାତ ରନ୍ଧା ସେ ଦୁଇମୁଠା ପଖାଳ କୁ ମୁଁ ଝୁରୁଛି
କ୍ଲାନ୍ତ ହୋଇଗଲେ ଝାଳ ପୋଛିବାକୁ ରୁମାଲ
ପକେଟରେ ରଖିଛି
କିନ୍ତୁ ଧୂଳି ଝଡ ସେହି ପଣତକୁ ମୁଁ ଖୋଜୁଛି
ଯାନିଯାତରା ଦେଖିବାକୁ ଗଲେ ତୋ କଥା ମନେ ପଡୁଛି
ଅଳିକରି କିଛି ମାଗିବା ପାଇଁ ପାଖରେ ମୋର କେହି ନାହାନ୍ତି
ଜୀବନ ରେ ଆଜି ଅନେକ ଭୂଲ ମୁଁ କରୁଛି
କିନ୍ତୁ ଠିକ ବାଟ ଟିକୁ ଦେଖାଇବା ପାଇଁ ପାଖରେ
ମୋରେ କେହି ନାହାନ୍ତି
ହାତ ଧରି ବୋଉ ଚାଲିବାକୁ ମତେ କରିଥିଲୁ ପଣ
ଭୂଲି ଗଲୁ କାହିଁ ଅଳ୍ପ ଦିନେ ସବୁ କରିଦେଲୁ ମତେ ପର