ଶରତ ଲଗନରେ
ଶରତ ଲଗନରେ
ଆଶ୍ୱିନେ ଆସିଛି
ଶରତ ସମ୍ଭାର
ପ୍ରକୃତି କୋଳକୁ ଫେରି
କାଶତଣ୍ଡୀ ଫୁଲ ଦୂର ରୁ ହସେ
ନଈପଠା ପାଟ ଧବଳ ଦିଶେ ।
ଶରତ ଆସିଛି ମରତକୁ ଓଲ୍ଲାଇ
ସଫା ଦିଶୁଥାଏ ନୀଳ ଗଗନ
ବହି ଯାଉଥାଏ କୁଳୁ କୁଳୁ ନଈ
କବି ମନ ହୁଏ ମଗନ ମଗନ ।
ନଥାଏ ବରଷା ନଥାଏ ଖରା
ପାର୍ବଣ ର ଋତୁ ଶରତ ପରା
ଚାରିଆଡ ଦିଶେ ସବୁଜ ସୁନ୍ଦର
କ୍ଷେତେ ଅଳସ ଭାଙ୍ଗୁଥାଏ ନାନାଦି ଶସ୍ୟ ତାର ।
ମନ୍ଦ ସମୀର ହଲାଇ ଗଛ ପତର ରାଶି
ପବନ ସୁଏ ପତର ସବୁ ପଡଇ ଝାସି
ନଈ ର ଜଳ ଧରେ
ଭଉଁରୀ ସାଥେ ଖେଳି ଖେଳିକା
ଲାଗନ୍ତି ଯାଇ କୂଳେ ।
ଅସ୍ତଗାମୀ ସୂର୍ଯ୍ୟ ରକ୍ତିମ ବର୍ଣ୍ଣେ
ଧରଣୀ ମୁରୁକି ହସେ
ସନ୍ଧ୍ୟା ର ଅନ୍ଧାର କୁ ଠେଲି
ରୂପେଲି ଚନ୍ଦ୍ରମା ଉଏଁ ।
ଦୂର ଆକାଶୁ ବସା ଅଭିମୁଖେ
ପାଛୋଟି ଆସନ୍ତି
ପଲ ପଲ ଗେଣ୍ଡାଳିଆ ଦଳ
ବାଳକ ମନେ ମିଳାନ୍ତି ସ୍ୱର
ନୀଳ ଆକାଶେ ଦେଖି ସେ ଶଙ୍ଖାଚିଲା ।
ଟୋପା ଟୋପା ଶିଶିର ବିନ୍ଦୁ ସ୍ପର୍ଶେ
ଧରଣୀ ମା'ଭିଜେ
ଶେଫାଳି ଫୁଲ ସୁମଧୁର ବସେ
ଗାଁ ଗଣ୍ଡା ମହକି ଉଠେ ।
ଧୋବ ଫରଫର ଦିଶୁଥାଏ ଧରା
ଚଉଦିଗ ମନ ଲୋଭ
ମୃଦୁ ସମିରର ତଳେ ତଳେ
ହଲି ଝୁଲି କାଶତଣ୍ଡୀ ଫୁଲ
ଧରଣୀ ମା କୁ କରଇ କୋଟି ଜୁହାର ।
ଗାଁ ଠୁ ସହର ହୁରି ପଡୁଥାଏ
ଚଉଦିଗେ ମେଢ଼ ତୋରଣ ସଜା
ଘଣ୍ଟ ଘଣ୍ଟା, ଧୂପ ଦୀପ ନୈବେଦ୍ୟ ରେ
ପୂଜା ପାଏ ମଣ୍ଡପେ ମା ଦଶଭୁଜା ।
ନିର୍ମଳ ଏ ଶୋଭା ଶରତ ସନ୍ଧ୍ୟା ରେ
ସୁସଜିତ ଢଙ୍ଗେ ଧରା
ଦେଖି ଆତ୍ମ ତୃପ୍ତ ପ୍ରକୃତି ଜନନୀ
ନଈ ପଠା ପାଟ ଘେରା ।