Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parbati Pradhan

Abstract Others

4.5  

Parbati Pradhan

Abstract Others

ଅଭିନୟ

ଅଭିନୟ

1 min
501


ମୋ ଜୀବନ ଟା ଅଟେ ଅଭିନୟ

ଅଭିନୟ ହିଁ ଜୀବନ

ଜାଣେନା କେଉଁଠି ଅଟକିବି.....

କି ନାହିଁ ଜାଣିବାର ଅଭିପ୍ରାୟ ll


ସଭିଙ୍କୁ ଜିଣିବାରେ

ଜଳାଞ୍ଜଳି ଦେଇଛି ଜୀବନକୁ ମୋର

ଆପଣାଇଛି ଭିନ୍ନ ଏକ

ଚରିତ୍ର ର ରୂପ.....

ତ କେବେ ମାଖିଛି ନୀଳ ନାଲି ରଙ୍ଗ ll


ଏ ବିଶ୍ୱ ରଙ୍ଗ ମଞ୍ଚରେ

ମୁଁ ସାଜିଛି କେବେ ନାୟକ

କେବେ.... ପୁଣି ଖଳ ନାୟକ

ହଁ.... ହଁ...ମୁଁ ପେଟ ପାଇଁ କରିଛି

ଅଭିନୟ.... ll


ମଞ୍ଚ ଉପରେ ଡାଇଲଗ କହିବା ବେଳେ

ବେଳେ ବେଳେ ଆଖି ଆଗରେ

ନାଚି ଉଠନ୍ତି ଜୀବନ୍ତ ଚରିତ୍ର ମାନେ

କେବେ ହୃଦୟ ରୁ ଝରିଆସେ ମନକଥା

ତ କେବେ ଅଙ୍ଗେ ନିଭା ଅଭୁଲା ଦିନ

ପୁଣି କେତେ ସୁନେଲି ସ୍ବପ୍ନ

ହେଲେ ସେସବୁ ଚାପି ରଖେ

ମନ ମଧ୍ୟରେ........ ll


ଅଭିନୟ ପରେ.....

ସମୟ ମିଳିଲେ ନିଜକୁ ଖୋଜେ

କିନ୍ତୁ ମିଳେ ନାହିଁ ନିଜର ଅସ୍ତିତ୍ବ

ଚରିତ୍ର ମାନଙ୍କ ମଧ୍ୟରେ ମୁଁ.......

ଏମିତି ଛନ୍ଦି ହୋଇଯାଇଥାଏ ଯେ....

ନିଜ ପ୍ରକୃତ ଚରିତ୍ର କୁ ପାଏନା ll


ଏ ସବୁ ପରେ ମୁଁ ଜଣେ ମଣିଷ

ହଁ ମୁଁ ଅନେକ ଅଭିନୟ କରେ

ମିଛ ଅହମିକା ଓ ନିଜ ସ୍ୱାର୍ଥ ପାଇଁ ନୁହେଁ

କରିଚାଲି ଥାଏ ସତ୍ୟ ଶାଶ୍ୱତ ପ୍ରେମ

ଓ ସ୍ନେହ ମମତା ସାଉଁଟିବା ପାଇଁ

ଅଭିନୟ........ ll


ଶେଷରେ ଦିନେ ଖୋଲିଯିବ

ଏ ଅଭିନୟ ର ବେଶ

ଆଉ ସେତବେଳେ ହୋଇଯିବ

ସବୁ ଶେଷ

ପାଲଟି ଯିବି ଧରା ପୃଷ୍ଠେ ପାଉଁଶ

ବାସ ରହିଯିବ କିଛି କୀର୍ତି ଆଉ ଯଶ

ତା ମଧ୍ୟରେ ସଭିଙ୍କ ପାଇଁ ପାଲଟି ଯିବି

ଅଭୁଲା ସ୍ମୃତି ସଦୃଶ..... ll


Rate this content
Log in

Similar oriya poem from Abstract