STORYMIRROR

Parbati Pradhan

Inspirational Children

4  

Parbati Pradhan

Inspirational Children

ସେଇ ପରା ମୋ ଭାରତ ଭୂଇଁ

ସେଇ ପରା ମୋ ଭାରତ ଭୂଇଁ

1 min
256

ହିମାଳୟ ଯାର ମୁକୁଟ ଶିରେ

ନୀଳପାରାବାର ଯାର ଚରଣ ଧୁଏ

ଗଙ୍ଗା ଯମୁନା ବକ୍ଷେ ବହିଛି ଯାର

ସାନ୍ତନ ଅଟେ ମୁଁ ତାହାର

ସେଇ ପରା ମୋ ଭାରତ ଭୂଇଁ ll


ରଙ୍ଗ ବେରଙ୍ଗର କୁସୁମ ଫୁଟି

କୋଳ ଯାର ପୁଣି ଉଠଇ ହସି 

ମଧୁର ମଳୟ ପବନ ବହି

ସବୁଜ ଲତା ଯାର ଦେହକୁ ଯାଇଛି ଛୁଇଁ

ସେଇ ପରା ମୋ ଭାରତ ଭୂଇଁ ll


ମୁକ୍ତ ଆକାଶରେ ବିହଙ୍ଗ ଉଡି

ମଧୁର କଣ୍ଠରେ ଯାଉଛି ଗାଇ

ମୁକ୍ତ ଅଟେ ମୋର ଭାରତ ଭୂଇଁ

ମୁକ୍ତ ଅଟେ ଆମ ନିଃଶ୍ୱାସ ପ୍ରଶ୍ୱାସ ଯହିଁ

ସେଇ ପରା ମୋ ଭାରତ ଭୂଇଁ ll


ଯେ ଦେଶ ପୁରୁଷ ନିଜ ମା'

ପାଇଁ ସଂଗ୍ରମ କରେ

ଜାତୀୟତାବାଦ ମାନବିକତା ଭରେ

ଦେଶ ପାଇଁ ପୁଣି ସଂଘର୍ଷ କରି

ସ୍ୱାଧୀନତା ଆଣିଦିଏ

ସେଇ ପରା ମୋ ଭାରତ ଭୂଇଁ ll


ଯେ ଦେଶେ କୃଷକ କର୍ଷଣ କରେ

ସବୁଜ କ୍ଷେତରେ ମା'କୁ ଭରେ

ଯେ ଦେଶେ ସୈନିକ ରକ୍ଷକ ସାଜେ

ନିଜ ଜୀବନକୁ ବଳିଦାନ ଦେଇ

ସୀମା ରାଇଜରେ ପ୍ରହରା ଦିଏ

ସେଇ ପରା ମୋ ଭାରତ ଭୂଇଁ ll


ଯେ ଦେଶେ ଶିଶୁକୁ ଶିକ୍ଷା ଦୀକ୍ଷା ଦେଇ

ଭବିଷ୍ୟତର ଆଲୋକ ଦେଖାଏ

ଯେ ଦେଶେ ନାରୀକୁ ନ୍ୟାୟ ସମ୍ମାନ ମିଳେ

ଯେଦେଶେ ବୃଦ୍ଧଙ୍କୁ ପ୍ରଶ୍ରୟ ଦିଏ

ସେଇ ପରା ମୋ ଭାରତ ଭୂଇଁ ll


ଆଶରେ ଆସ ଭାରତ ବସି

ହାତରେ ଧରିବା ବିଜୟର ଝଣ୍ଡାକୁ ଟେକି

ତୁଣ୍ଡରେ ଗାଇ ତାରି ଗୀତି

ରଖିବା ଆମେ ତାରି ନାଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational