STORYMIRROR

Parbati Pradhan

Abstract Others

3  

Parbati Pradhan

Abstract Others

ତୁମ ନୀରବତା

ତୁମ ନୀରବତା

1 min
386

ତୁମ ନୀରବତା ଅଟେ ଅସହାୟ

ସହି ହେଉନାହିଁ ଜମା

କଥା କୁହା ଓଠ ନିସ୍ତବ୍ଦ ହୋଇଲେ

ଚିନ୍ତା ରେ କୁହୁଳି ଉଠଇ ମନ l


କେତେ ଭଲଥିଲା କାଲିର ସେଦିନ

ପଢ଼ି ପାରୁଥିଲ ମୋ ମନ

କହିଦେଉଥିଲ ଗୋଟିଗୋଟି କରି

ହୃଦୟର ଭାଷା ସାମ୍ନା ରେ ମୋର

ଆଜି କାହିଁ ଶାନ୍ତ ଅଛ ତୁମେ

ନିସ୍ତବ୍ଦ ନିରବ ପଥର ସମ l


ତୁମ ନୀରବତା କହିଦଉଥାଏ

ଅନେକ ଅକୁହା କଥା

ହୃଦୟ କିଆରୀ ଲଙ୍ଘି ଯାଇ ପୁଣି

ତିଆରି ଦିଏ ସେ ସନ୍ଦେହ କୋହର ବ୍ୟଥା l


କାହି ପରେ ନାହିଁ ତୁମକୁ କିଛି

କାରଣ ଭୟ ଥାଏ ମୋ ମନେ

କେଳେ ତୁମେ ଦୂରେ ଚାଲିଯିବ

ଆଉ କାହାକୁ ନିଜର କରିବ

ଭୂଲି ଜୀବନୀ ତ ଆମ ସେ ସମ୍ପର୍କ କୁ

ଚାହେଁ ନାହିଁ ମୁଁ ତୁମଠୁ ଦୂରେଇ ବାକୁ l


ତୁମ ନୀରବତା ନେଉଥାଏ ଭିନ୍ନ ମୋଡ

କାହିଁକି ମୁଁ ସନ୍ଦେହ କରି ବସେ

ଏ କଣ ପ୍ରକୃତ ପ୍ରେମ

ପାରିବ ତୁମେ ଉତ୍ତର ଦେଇ ମୋ ପ୍ରଶ୍ନ ର

କୁହ କୁହ କୁହ  

ନା ପାରିବନି ଦେଇ ଉତ୍ତର l


ମୁଁ କହୁଛି ତୁମେ ଶୁଣ

ସନ୍ଦେହ ତ ସେ କରେ ଯିଏ

ନିଜଠୁ ତୁମକୁ ଅଧିକ ଭଲ ପାଏ

ଚାହେଁନା ତୁମକୁ ହରାଇବାକୁ

କାରଣ ସହି ପରେ ନାହିଁ ତୁମ ବିଚ୍ଛେଦତା କୁ

ଭାଙ୍ଗି ଦିଅ ତୁମ ନୀରବତା

କହିଦିଅ ପଦେ କଥା

ସମ୍ପର୍କ ପୁଣି ଆମ ପାଲଟି ଜୀବ

ମୁକ୍ତା ମୁକ୍ତା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract