STORYMIRROR

Parbati Pradhan

Abstract Others

4  

Parbati Pradhan

Abstract Others

ମାୟା ର ସଂସାର

ମାୟା ର ସଂସାର

1 min
578

ଏ ଜଗତ ଅଟେ ମହା ମଖଶାଳା

ନର ନାରୀ ଜଜମାନ

ପ୍ରେରିତ ହୁଅନ୍ତି ପୃଥିବୀ ମଞ୍ଚ କୁ

କରିବାକୁ ଅଭିନୟ ।


ହେ ! ବିଶ୍ୱ ନିୟନ୍ତା ଲେଖି ଦେଇଥାନ୍ତି

ସଭିଙ୍କ ଭାଗ୍ୟ ର ରେଖା

ସ୍ୱାର୍ଥ ମୋହ ମାୟା ଚକ୍ରବ୍ୟୁହ ରେ

ପଡ଼ି ହେଉଥାନ୍ତି ହନ୍ତଶନ୍ତ ll


ଜୀବନ ଟା ଏଠି କ୍ଷିଣସ୍ଥାୟୀ

ନିମିଷକ ମଧ୍ୟେ ଶେଷ

ସ୍ୱାର୍ଥ ପାଇଁ ଏଠି ସଭିଏଁ ନିଜର

ହୃଦୟେ ନାହାନ୍ତି କେହି କାହାର ll


କିଏ ପର ଏଠି କିଏ ବା ନିଜର

ସବୁ ମିଛମାୟା ଏତ ମାୟାର ସଂସାର

ମିଛ ଅଟେ ବିଶ୍ୱ

ମିଛ ଏ ପଞ୍ଚଭୂତ ଶରୀର ll


ମାୟା ଅଛି ବୋଲି ଅଛି ଏ ସଂସାର

ନିଜ ମାୟାରେ ଫସିଥାଏ ମାୟାଧର

ମାୟା ନଥିଲେ ତୁମେ କିଏ ମୁଁ କିଏ ତୁମର 

କାହା ସାଥେ କାହିଁ ସମ୍ପର୍କ ହୁଅନ୍ତା ତିଆର ll


ବିଚିତ୍ର ଏ ପ୍ରକୃତି 

ମାୟାରେ ବାସ କରେ ଏ ସଂସାର

ରଙ୍ଗ ବଦଳାନ୍ତି ସବୁ ପଶୁ ପକ୍ଷୀ ପୁଷ୍ପ ବୃକ୍ଷ ଗଣ

ସଭିଙ୍କୁ କରିଣ ରୂପେ ରଙ୍ଗ ବସେ ଆଘ୍ରାଣ ll


ରାଜ୍ୟ ଭୋଗ ମୋହେ ପଡି କୌରବ 

କୁରୁସଭା ତଳେ ଜ୍ଞାନୀ ଗୁଣି ଆଗେ

କରିଥିଲେ ଵିଵସ୍ତ୍ର ନାରୀଟି କୁ ଜଣ

ମହାଭାରତ ର ସୂତ୍ର ଆରମ୍ଭିଲା

ସତ୍ୟ ଧର୍ମ ଜୟ ପାଇଁ ମାୟା ରଚିଥିଲେ

ଶ୍ରୀ ହରି ଜଣ ll


ମାୟା ଶିଖାଏ ନିର୍ମମ ନିର୍ଦ୍ଦୟ କଳା

ମୋହ ବସେ ମଣିଷ ହୁଏ

କ୍ରୁର ଅତ୍ୟାଚାରି ପରା

କେତେ ମୋହମାୟା ରଚିଛନ୍ତି

ସୃଷ୍ଟିର ମଙ୍ଗଳେ ଇଶ୍ୱର

ଆମେ ତ ଛାର ମଣିଷ ମାତ୍ର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract