STORYMIRROR

Amita Dash

Abstract Inspirational Others

3  

Amita Dash

Abstract Inspirational Others

ମଉନାବତୀ

ମଉନାବତୀ

1 min
386


ତୁମେ ମୋର ଥିଲ ମଉନାବତୀ

ଅତି ଲାଜେଇ,ତନୁ ପାତଳୀ


ଚୁପ ରହି ଏତେ ବଡ଼ ରୋଗଟା ଲୁଚେଇଥିଲ

ଦେଖିଲ ହଠାତ୍ ନୀରବି ଗଲ କେମିତି


ଦେଖ ସୂରୁଜ ଉଁଇଚି, ଜହ୍ନ ବି ହସୁଛି

ଦିନ ପରେ ରାତି,ରାତି ସରି ଦିନ

ସବୁ ସମୟ ଅନୁସାରେ ଚାଲିଛି


ବ୍ୟତିକ୍ରମ ଯଦି କୋଉଠି ହୋଇଚି

ମୋ ଜୀବନରେ ଅମାବାସ୍ୟା ଘୋଟିଚି

ସବୁ ଦିନ ପାଇଁ ବନ୍ଦ ହୋଇଗଲା

 ତୁମର ସୁହାଗିଆ ଡାକଟି

କାଢା ହେଲାଣି ଜଲଦି ଉଠି ପଡିବଟି


ସବୁ କଥା ମୋତେ ଲୁଚାଇ ରଖିଲ

ରୋଗ ଯନ୍ତ୍ରଣା ରେ ଘାଣ୍ଟି ହେଉଥିଲ

ମୋ ଅବହେଳା ରୁ ସିନା ଛାଡି ଚାଲିଗଲ


 ମଝି ଦରିଆରେ ମୋତେ ଭସାଇ ଛାଡି ଚାଲିଗଲ

କିଏ କହିଲା ତୁମେ ଅପଡ ପଡିଚ

ନିତି ସଞ୍ଜ ,ସକାଳେ ମୋତେ ପରା ପଚାରୁଚ

ନିଦ ବଟିକା ଖାଇଛ, ଜଳଖିଆ ପୂର୍ବରୁ ମେଥି ନେଇଚ।


ଆଭାସ ପାଇଥିଲ ବୋଧହୁଏ ଛାଡି ଚାଲିଯିବ

ମୋ ପାଇଁ ସବୁ କାମ ର ଚିଠା ଛାଡି ଗଲ

ମନେପଡେ ଆଜି,ଆମ ନୂଆ ବାହାଘର ବେଳ ର କଥା ଗୁଡାକ

ଚିଠା ଦିଅ ,ହାତରେ ଲେଖିକି ନିଅ

ତଥାପି ଯୋଉ ଭୁଲ୍ କୁ ସେଇ ଭୁଲ୍

ଜିନିଷ ନ ଆଣି ପୁଣି ଥରେ ଫେରିକି ଯାଅ


ବୁଢ଼ା ଯାଏ ସୁଧୁରି ଲାନି ବଦ୍ଗୁଣ ମୋର

କେତେ ମାଡଗୋଳ,କେବେ କଥା କଟାକଟି

 କେବେ ପୁଣି ତୁମ ର ବନ୍ଦ ପାଟି


ସବୁ ସହିହୁଏ,ହେଲେ ତୁମ ନୀରବତା ଖାଇ ଗୋଟାଏ

କେତେ କହିଲିଣି ମୋତେ ଏଥର ସାଙ୍ଗରେ ନିଅ

ତୁମ ବିନା ଆଉ କେତେ ଦିନ ଏମିତି ରହିବି କହିଲ


ଲାଜୁଆ ମୁହଁ ରେ ମୁରୁକି ହସ ଦେଇ

'ନାତି ଟୋକାଟା ଟିକେ ବଡ଼ ହେଉ'

କହି ଚାଲି ଯାଉଚ


ମୋର ଜଲଦି ଯିବାର ଥିଲା ସଫେଇ ରେ କହୁଚ

ବାପୁ ଟା ପରା ଆଗ ଚାଲିଯାଇ ହଇରାଣ ହଉଥିଲା


ସବୁ ଯେମିତି ଏଇ କାଲି ପରିକା ଲାଗୁଚି

ଦେଖିବ ମୁଁ ବି ତୁମକୁ ନ କହି ତୁମ ପାଖେ ଯିବି

ଆମ ବିବାହ ବାର୍ଷିକ ଉତ୍ସବ ଦିନଯିବି


ତୁମକୁ ଭେଟିବା ମୋ ପାଇଁ ସବୁଠୁ ହେବ ବଡ଼ ଭେଟି

ସାତ ଜନ୍ମ କୁ ସାଥୀ ହୋଇଥିଲେ ଅଗ୍ନି କୁ ସାକ୍ଷୀ ରଖି

ହୃଦୟ,ମନରୁ ଦୂରେଇ ଦେଇ ନୀରବି ଗଲ କେମିତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract