STORYMIRROR

Anupama Sahu

Abstract

3  

Anupama Sahu

Abstract

ଶ୍ରୀଗୁରୁ ବନ୍ଦନା

ଶ୍ରୀଗୁରୁ ବନ୍ଦନା

1 min
331

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ      ଗୁରୁଦେବ ମହେଶ୍ୱର

ଆଦ୍ଯ ଗୁରୁ ପରଂବ୍ରହ୍ମ      ଗୁରୁ ପଦେ ନମସ୍କାର

ଗୁରୁ ଆଲୋକରଧାରା        ଆମ ପଥପ୍ରଦର୍ଶକ

ଗୁରୁ ସତ୍ୟ ଶାନ୍ତିଦାତା       ସଦଜ୍ଞାନ ପ୍ରଦାୟକ

ଗୁରୁ ଗତି ମୁକ୍ତିଦାତା       ଗୁରୁ କରୁଣାଭଣ୍ଡାର

ଗୁରୁ ସତ୍ୟସନାତନ      ନିତ୍ୟ ସର୍ବ ଶୁଭଙ୍କର

ଗୁରୁ ସର୍ବ ପାପହାରୀ       ସଦା କ୍ଷମାର ମୂରତି

ଗୁରୁ ବୁଦ୍ଧିପ୍ରଦାୟକ     ଅମଳିନ ଦିବ୍ଯଜ୍ୟୋତି

ଗୁରୁ ବିନା କାହିଁ ମୋକ୍ଷ       ଏଇ ଭବସାଗରରେ

ଗୁରୁ କାଳଜୟୀ ପରା       ଅଗ୍ରଗଣ୍ୟ ସମାଜରେ

ଗୁରୁଦେବ ପାଦତଳେ        ନତ ରହୁ ଆମ ମଥା ।

ଗୁରୁ ହେ ଆଶିଷ ଦିଅ        ସର୍ବମଙ୍ଗଳ କରତା

ଗୁରୁତୁମେ ତ୍ରାଣକର୍ତ୍ତା       ଦିବ୍ୟଆଲୋକବର୍ତ୍ତିକା

ଭକତି ସୁମନ ଘେନ       ଗୁରୁଦେବ ଦିଅ ଦେଖା

ତୁମ ପଦପଙ୍କଜରେ        ମୁହିଁ ଜଣାଏ ପ୍ରଣତି

ଦୀନହୀନ ଅକିଞ୍ଚନ        ଦିଅ ମତେ ସଦଗତି

ଗୁରୁ ତୁମେ ପରାତ୍ପର         ଏଇ ନିଖିଳ ବିଶ୍ଵର

ତୁମ ଅଭୟ ପରଶେ         ମୁର୍ଖ ପଣ ଦୂରକର

ସତ୍ୟ ଶାନ୍ତି ଦୟା କ୍ଷମା       ଗୁଣ ଦିଅ ପ୍ରାଣେ ଭରି

ତୁମର ମହିମା ଗାଇ      ମୋର ଦିନ ଯାଉ ସରି

ଗୁରୁଦେବ ଆଖିଲୁହେ       ଧୋଇଦେବି ପଦ୍ମପାଦ

ଚିରଦିନ ପାଉଥିବି        ତୁମ ଅକ୍ଷୟ ପ୍ରସାଦ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract