STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

କଳଙ୍କିନୀ

କଳଙ୍କିନୀ

1 min
337


କେତେ ଆଶା ନେଇ ପିତା ମାତା 

ଜନ୍ମ ଦେଲେ ବୋହୁ ବେଶ ହେବି ମୁଁ

ସଜିବି କାହାର ରାଣୀ

ହେଲେ ଦୁନିଆ ମୋତେ ସଜାଇ ଦେଲା କଳଙ୍କିନୀ

ସାଙ୍ଗ ସାଥି ମେଳେ ବାଲି ଘର କରି

ଖେଳୁ ଥିଲି ମୁଁ ଯେ, ଇଚ୍ଛା ଥିଲା

କାହାର ହେବି ଜୀବନ ସଙ୍ଗିନୀ

ହେଲେ ଦୁନିଆ ମୋତେ ସଜାଇ

ଦେଲା କଳଙ୍କିନୀ

କେତେ ମନ ନେଇ ସ୍ବପ୍ନ ଦେଖୁ ଥିଲି

ଦିନେ ହେବି କାହା ଘରେ ଘରଣୀ

ହେଲେ ଦୁନିଆ ସଜାଇ ଦେଲା ମୋତେ

କଳଙ୍କିନୀ

ପାପ ନ କରି ହେଲି ଆଜି ପାପୀନି

କା ପାଇଁ ହେଲି ମୁଁ କାମିନୀ

ହେଲେ ଦୁନିଆ ସଜାଇ ଦେଲା ମୋତେ

କଳଙ୍କିନୀ

ଭାବି ଥିଲି ସିନ୍ଦୁର ପିନ୍ଧି ହେବି

ସାଧବାଣୀ

ଓଢଣୀ ଟାଣି ଭାବିଲି ହେବି ଓଡ଼ିଆଣୀ

ହେଲେ ଦୁନିଆ ସଜାଇ ଦେଲା ମୋତେ କଳଙ୍କିନୀ

କେତେ ମୁଁ ସହୁଛି ଦୁଃଖ ମୁଁ ଯେ ଦୁଃଖିନୀ 

କିଏ ମୋତେ ପଥର ମାରେ କା ପାଇଁ

ହେଲି ମୁଁ ବାୟାଣୀ

ହେଲେ ଦୁନିଆ ସଜାଇ ଦେଲା ମୋତେ କଳଙ୍କିନୀ

ବିଧାତା ତୁହି ଏ କି କଲୁ 

କଳଙ୍କର ଗାର କି ଅପରାଧେ ଦେଲୁ

ପୂଜା କଲେ ଭାବୁଛି କାଳେ ହେବି

ପୂଜାରୀଣୀ

ହେଲେ ଦୁନିଆ ସଜାଇ ଦେଲା ମୋତେ କଳଙ୍କିନୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract