STORYMIRROR

Jagannath Barik

Abstract

3  

Jagannath Barik

Abstract

ରାକ୍ଷୀ

ରାକ୍ଷୀ

1 min
299


ହାତେ ବାନ୍ଧିଦେଲୁ ରାକ୍ଷୀ ଭଉଣୀ ମୋର

ରାକ୍ଷୀ ଏଇ ସାକ୍ଷୀ ପ୍ରେମ ବନ୍ଧନ ଡୋର

    ଏତ ଯୁଗ ଯୁଗର

    ଜନ୍ମ ଜନମାନ୍ତର

ରକ୍ଷା କବଚ ସାଜିବ ଭାଇ ତୋହର |


ଭାଇ ଭଗିନୀ ସେନେହ କେଡ଼େ ଦୁର୍ଲଭ !

ପରମ ପବିତ୍ର ନିଷ୍କଳଙ୍କ ସୌରଭ

   କଥା ଦେଉଛି ମୁହିଁ

   କେବେ ଭୁଲିବି ନାହିଁ

ସକଳ ବାଧା ବିପତ୍ତି ନେବି କାନ୍ଧର |


ଜୀବନ ଯୁଦ୍ଧରେ କେବେ ଯିବୁନି ଡରି

ଭାଇ ତୋର ସାହା ପଛେ ଛାଇଟି ପରି

     ଜଗା ବଳିଆ ଭାଇ

    ଯେହ୍ନେ ସୁଭଦ୍ରା ପାଇଁ

ସେହିପରି ଆପଣାର ମୁହିଁ ତୋହର |


ସତ୍ୟଯୁଗେ ମହାଲକ୍ଷ୍ମୀ ବଳି ରାଜା କରେ

ଭାଇ ବୋଲି ରାକ୍ଷୀ ବାନ୍ଧି ଅତି ସେନେହରେ

     ଦ୍ୱାରପାଳ ପତିରେ

     ଉଦ୍ଧରିଲେ ସତ୍ୱରେ

ପୁରାଣେ ଲିଖିତ ଗାଥା ଅବିନଶ୍ଵର |


ତ୍ରେତୟାରେ ଶାନ୍ତା ବାନ୍ଧି ଶ୍ରୀରାମ କରେ

ସପତି ସଦେହେ ଗଲେ ସରଗ ପୁରେ

    ଦ୍ରୌପଦୀ ଦ୍ୱାପରରେ

    ବାନ୍ଧି ଶ୍ରୀକୃଷ୍ଣ କରେ

ଭାରତ ସମରାର୍ଣ୍ଣବ ହୋଇଲେ ପାର |


ବଳଦେବ ଜନ୍ମ ତିଥି ହୁଏ ପାଳନ

କୃଷି ସହଯୋଗୀ ଗୋଧନର ପୂଜନ

   ଧାରା ଶ୍ରାବଣ ମାସ

   ଘନାଘନ ପ୍ରକାଶ

ଧରଣୀ ବାନ୍ଧୁଛି ରାକ୍ଷୀ ଚନ୍ଦ୍ରମା କର |


କଳିଯୁଗେ ଭଦ୍ରା ଜଗା ବଳିଆ ହସ୍ତେ

ବାନ୍ଧି ରାକ୍ଷୀ ସାଥେ ସାଥେ ରହି ନିରତେ

   ଘରେ ଘରେ ପାଳିତ

   ପ୍ରଥା ଚିରାଚରିତ

ଭାଇଭଗ୍ନୀ ପ୍ରେମ ହେଉ ନିବିଡ଼ତର |



Rate this content
Log in

Similar oriya poem from Abstract