STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ରକ୍ଷକ

ରକ୍ଷକ

1 min
154


  ନେତା ମନ୍ତ୍ରୀ ଆମ ରକ୍ଷକ

  ସେମାନେ ସାଜନ୍ତି ଭକ୍ଷକ

  ଜନତା ହୁଅନ୍ତି ଭିକ୍ଷୁକ

   ମାଗଣା ଚାଉଳ

   ମାଗଣା ଖାଦ୍ୟ ଖାଇ

  ଆମ ଜନତାଙ୍କୁ ଭିକାରୀ ସଜାନ୍ତି

   ଆମ ରକ୍ଷକ ।


  ଆମ ଶାସନ ପ୍ରଶାସନ କଳର ମୁଖିଆ

   ଏ ଦେଶ ଏ ଜାତିର ରକ୍ଷକ

   ବୋଲାନ୍ତି ନିଜକୁ ମହା ନାୟକ

  ସେବା ନାମେ 

 ଦେଶ ଜନତାଙ୍କୁ ଭାବନ୍ତି ଆମ ଭିକ୍ଷୁକ

 ସତେ କି ସେମାନେ ଏ ଦେଶ ମାଲିକ

  ଜନତା ବାପୁଡା ଭିକାରୀ ସଦୃଶ

   ନିଜକୁ ସଜାଏ ଭିକ୍ଷୁକ ।


  ଆଇନ୍ ବିଭାଗ ପୋଲିସ ପ୍ରଶାସନ

  ଶୃଙ୍ଖଳା ନାମେ ବିଶୃଙ୍ଖଳା ର

   ହୁଏ ପୃଷ୍ଠପୋଷକ

  ଗରୀବ ଏଠି ନ୍ୟାୟ ପାଏ ନାହିଁ

   ଧନୀ କ୍ଷମତାଶାଳୀଙ୍କ ଅଟନ୍ତି

    ସେମାନେ ରକ୍ଷକ ।


  ଧନ୍ୟ ଧନ୍ୟ ଆମ ଶାସନ ବ୍ୟବସ୍ଥା

   ଧନ୍ୟ ଆମ ଗଣତନ୍ତ୍ର

   ଧନ୍ୟ ଆଇନ୍ ଶୃଙ୍ଖଳା ରକ୍ଷକ

   ରକ୍ଷକ ନାମେ ଭକ୍ଷକ ସାଜି

   ଜନ ଗଣଙ୍କୁ ସଜାନ୍ତି ଭିକ୍ଷୁକ ।


  କ୍ଷେତ ଏଠି ଖାଉଅଛି ବାଡ

   ଧନୀ ପୁଞ୍ଜିପତି ଦେଖାନ୍ତି ତୋଡ

  ଶିଳ୍ପପତି ମାନେ ସମାଜ ସେବା ନାମେ

  ଏ ଗଣତନ୍ତ୍ରର ଅଟନ୍ତି ଭକ୍ଷକ

  ଶାସନ ନାମେ ଶୋଷଣ କରନ୍ତି ସଭିଏଁ

   ଶୋଷିତ ଦଳିତ ଏଠି ସାଜେ ଭିକ୍ଷୁକ

  ଆମ ମୁଣ୍ଡି ଆମ ମଙ୍ଗୁଆଳ

  ଖାଲି ନାମକୁ ମାତ୍ର ଏ ଦେଶ ରକ୍ଷକ ।


  ନାରୀ ନିର୍ଯ୍ୟାତନା ବଧୂନିର୍ଯ୍ୟାତନା

   ସବୁର ନିୟନ୍ତ୍ରଣ କରେ ଶୋଷକ

  ଶାସନ ନାମେ ଶାସକ

   ସାଜେ ଖାଲି ସିନା ରକ୍ଷକ

  ରକ୍ଷକ ନୁହଁନ୍ତି ପ୍ରକୃତ ସେମାନେ

  ସେମାନେ ଏ ଦେଶ ଭକ୍ଷକ

   ଜନତା ଜନାର୍ଦ୍ଦନଙ୍କୁ ସଜାନ୍ତି

   ସେମାନେ ଭିକ୍ଷୁକ ।


  ନାନା ଯୋଜନାର ନାମ ନେଇ

   ଜନ ମାନସକୁ ଧୋକା ଦେଇ

   ଜନ ଜୀବନର ଅଟନ୍ତି ଭକ୍ଷକ

   ଭିକ୍ଷା ଥାଳ ଧରାଇ

   ବିକାଶର ନାମ ଦେଇ

   ଜନ ପ୍ରତିନିଧି ଜନତାଙ୍କୁ

    ସଜାନ୍ତି ଭିକ୍ଷୁକ

   ଏଇ ଆମ ଜନ ପ୍ରତିନିଧି

   ନେତା ମନ୍ତ୍ରୀଙ୍କର ମାନସିକତା

   ଏମାନେ ଆମର ରକ୍ଷକ ।


   



Rate this content
Log in

Similar oriya poem from Tragedy