STORYMIRROR

Bharatabandhu Biswal

Tragedy Inspirational

3  

Bharatabandhu Biswal

Tragedy Inspirational

ତୁଟୁ ମନର ଭ୍ରାନ୍ତି

ତୁଟୁ ମନର ଭ୍ରାନ୍ତି

1 min
126


ଦେଖ ମୋର ଘର ଅଟେ ବହୁତଳ

ଏଇ ଦେଖ ମୋର ଦିମିକା ଗାଡ଼ି

ନୁହେଁ ମଫସଲ ରୁହେ ମୁଁ ସହରେ

ଦେହରେ ମୋହର ଲାଗେନା ଧୂଳି ।


ସୁଟ୍ କୋଟଟାଏ ପରିପାଟି ମୋର

ଫରାଟ ଶବଦେ କହେ ଇ°ରାଜୀ

ଆଜି ଦିଲ୍ଲୀ ମୁମ୍ବେଇ କାଲି କୋଲକତା

ବିଦେଶ ଗସ୍ତରେ ଘୂରୁଛି ପୃଥ୍ଵୀ ।


ତାରକା ମଣ୍ଡିତ ବିଳାସୀ ହୋଟେଲ

ଜାତି ଜାତି ସ୍ୱାଦ ଖାଦ୍ୟ ପାନୀୟ

ଖଞ୍ଜା ରହିଥାଏ ମନୋରଞ୍ଜନର

ସକଳ ସୁବିଧା ବିଦେଶୀ ମଦ୍ୟ ।


ରହେ ଶୀତତାପ ନିୟନ୍ତ୍ରିତ ଗୃହେ

ଦିଅଇ ଆରାମ କୋମଳ ଶଯ୍ୟା

ପ୍ରବଳ ଗ୍ରୀଷମେ ବରଫ ପ୍ରାଙ୍ଗଣେ

କରେ ମୁଁ ସ୍କେଟି° ଉଠାଏ ମଜା ।


ନଦୀ ହ୍ରଦ ଜଳେ ବିହରେ ନାବରେ

ଚଳାଏ ଉନ୍ନତ ବାହନ ଭେଳା

କାଟଇ ସମୟ ବିଳାସବ୍ୟସନେ

ସୁଖକର ଅଟେ ଜଳରେ କ୍ରୀଡା ।


ଆହରି ପ୍ରଚୁର ବିତ୍ତ ମୁଁ ପ୍ରମତ୍ତ

କାଟେ ଦିନରାତି ଭୋଗ ଓ ସୁଖେ

ପାଉନାହିଁ କିନ୍ତୁ ମନେ ମୋ ସନ୍ତୋଷ

ରହୁଅଛି ଅବସାଦ ଓ ଦୁଃଖେ ।


ଗତି ମୋ କୁଆଡେ ପାରେ ନାହିଁ ଜାଣି

ଦିଶେ ଚଉଦିଗ ଆଖିକୁ ଶୂନ୍ୟ

ପ୍ରାଚୁର୍ଯ୍ୟ ମଧ୍ୟରେ ଲାଗେ ଖାଲି ଖାଲି

ମିଳେ ନାହିଁ ସ୍ନେହ ପ୍ରକୃତ ପ୍ରେମ ।


ଜଳ ସ୍ଥଳ ନଭ ଚଉଦ ଭୁବନ

ଭ୍ରମି ଭ୍ରମି ତୁଟେ ମନର ଭ୍ରାନ୍ତି

ସରଗ ସୁନ୍ଦର ନିଜ ମାତୃଭୂମି

ମାତାପିତା ସେବା ସ୍ୱଗୃହେ ଶାନ୍ତି ।



Rate this content
Log in

Similar oriya poem from Tragedy