STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ବେସୁରା ଗୀତ

ବେସୁରା ଗୀତ

1 min
215

ବରଷା ରାଣୀ ଗୋ ବରଷା ରାଣୀ

କେମିତି ଖରାଅ ଅମାନିଆ କୁହ,

ଚୁପି ଚୁପି କାନେ କହନ୍ତନି???

ଚୋରା ଚଇତି ପ୍ରୀତି ଢ଼ାଳେ ନିତି

ଛୁଆଁ ଛୁଇଁ ବେଳ ମନ୍ଦାକିନୀ,

ଯେତେ କହୁଥିଲେ ସରିବନି କଥା

ପହିଲି ରଜର ସେ ଚାହାଣୀ ।


ବରଷା ରାଣୀ ଗୋ ବରଷା ରାଣୀ,

ସାଜ ନା ଜମା ମୋ ସଉତୁଣୀ

ଭଲ ପାଇବାର ମଧୁ ପିଆଲାରେ

ସେଥିରୁ ଦି ଢୋକ ଦିଅନ୍ତନି???

କଳା ମେଘ ଦେହେ ବିଜୁଳି ଛୁଇଁଲେ

ତାଙ୍କର ସ୍ବାକ୍ଷର ରୂପେ ମଣି

ସେ ଚାଲି ଗଲେ ପାହାଡକୁ ଡେଇଁ

ତାଂବିନା ମୁଁ ଶରିହିନି ।

ବରଷା ରାଣୀ ଗୋ ବରଷା ରାଣୀ

ଟିକେ ସେ ମନ୍ତ୍ର ରୁ ଦିଅନ୍ତନି???

ଟପ୍ ଟପ୍ କଥା ହେବା ହେଲା ପରେ ପରେ

ମାଟି ର ଛାତି ହୁଏ ହାଣି,

ମୁଁ ଭାବି ନିଏ ସେ କହୁ ଛନ୍ତି

ତାଙ୍କ ବିହୁନେ ପୁରା ପାଗଳିନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy