STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ବୁଝ ମନକଥା ଥରେ

ବୁଝ ମନକଥା ଥରେ

1 min
144

ବରଷା ଗୋ ଆଉ ବରଷି ଯାଅ ନା

ଏ ଶୁଖା ଦେହ ମାଟି ଉପରେ,

 ଆଖି ଲୁହ ଧାର

ହେବ ଏକାକାର

କାନ୍ଦିବି କେଉଁ ପ୍ରକାରେ

ବୁଝ ମନ କଥା ଥରେ।

ଗୋ ଚେତା ଚାନ୍ଦିନୀ ମଧୁର ଯାମିନି

ଦିଅ ନା ତନ୍ଦ୍ରା ମୋତେ,

ଶୋଇ ରହିବାକୁ ତର କାହିଁ ମୋତେ

ହଜିଚି ପ୍ରୀତି ଆସକ୍ତେ

ତାକୁ ଛାଡ଼ିବି କେମନ୍ତେ?

ଆଗୋ କଳାଛାଇ ଦିଅ ନାଇଁ ଛୁଇଁ

କଳାକୁ ମୁଁ ଭଲ ପାଇଛି,

କଳା କାଠ ଦେହ ହେଉଚି ଅଥୟ

କଳାପଡ଼ା ହାତେ ଡାକୁଚି

ଛ ଖଣ୍ଡ କାଠ ଚାହିଁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy