ବୁଝ ମନକଥା ଥରେ
ବୁଝ ମନକଥା ଥରେ
ବରଷା ଗୋ ଆଉ ବରଷି ଯାଅ ନା
ଏ ଶୁଖା ଦେହ ମାଟି ଉପରେ,
ଆଖି ଲୁହ ଧାର
ହେବ ଏକାକାର
କାନ୍ଦିବି କେଉଁ ପ୍ରକାରେ
ବୁଝ ମନ କଥା ଥରେ।
ଗୋ ଚେତା ଚାନ୍ଦିନୀ ମଧୁର ଯାମିନି
ଦିଅ ନା ତନ୍ଦ୍ରା ମୋତେ,
ଶୋଇ ରହିବାକୁ ତର କାହିଁ ମୋତେ
ହଜିଚି ପ୍ରୀତି ଆସକ୍ତେ
ତାକୁ ଛାଡ଼ିବି କେମନ୍ତେ?
ଆଗୋ କଳାଛାଇ ଦିଅ ନାଇଁ ଛୁଇଁ
କଳାକୁ ମୁଁ ଭଲ ପାଇଛି,
କଳା କାଠ ଦେହ ହେଉଚି ଅଥୟ
କଳାପଡ଼ା ହାତେ ଡାକୁଚି
ଛ ଖଣ୍ଡ କାଠ ଚାହିଁଛି ।