STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy Others

4  

ନାୟକ ଅକ୍ଷୟ ରାଜହସ୍ତୀ

Tragedy Others

କାଳିଜାଇ

କାଳିଜାଇ

1 min
239

ଜୀବନ ନାଆ ରେ ବିବାହ ବାଆ ରେ

ସୁଖ ସ୍ବପ୍ନ ଦିଏ ଛୁଇଁ

ବିବାହ ସମ୍ପର୍କ ହେବ ମଧୁ ଅର୍କ

ଉତୁରିବ ଭାବ ଭୂଇଁ

ଭାବୁଥାଏ ନିତି ଜଇ

ଥିଲା ସେଝିଅ ଏବେ ହେଲା ବୋହୁ

ସବୁ ପର କରି ଦେଇ ।

ବିଧିର ବିଧାନ କେ କରିବ ଆନ

ଯାଉଅଛି ଶାଶୁ ଘର

ନାଉରିଆ ଭାଈ ନାଆ ନିଅ ବାହି

କହନ୍ତି ବାପା ଜାଇ ର

ଥରୁଛି ଦେହ ଝିଅ ର

ଡରକୁଳି ଝିଅ ଲାଗେ ତାକୁ ଭୟ

ଦେଖି ପାଣି କଳା ଘୁମର ।

କେଉଁଠି କେଜାଣି ବିହି ଏକା ଜାଣି

କଳାହାଣ୍ଡିଆ ମେଘ

ଝଡ ତୋଫାନ ରେ କ୍ଷଣିକ ଭିତରେ

ବୁଡ଼ାଇଲା ନାଆ ମଙ୍ଗ

ଜାଇ ଜୀବନେ ଦୁର୍ଭାଗ୍ୟ

ସବୁଦିନ ପାଇଁ ଦେଲା ସେ ଶୁଣାଇ

କରୁଣ ରସ ର ରାଗ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy