STORYMIRROR

Nayak Akshaya raazhasti

Others

3  

Nayak Akshaya raazhasti

Others

ଉଡାଣ

ଉଡାଣ

1 min
147


  କେବେଦେଖିଚ?

ପଞ୍ଜୁରୀ ଭିତରେ ଘୁମେଇ ପଡି ଥିବା

 ଓଦାଳିଆ ଆଖି ଯୋଡ଼ିକ କୁ,

ସରୁ ସରୁ ଥଣ୍ଟ ରେ କେମିତିକା 

ଆଙ୍କି ଦିଏ ହତାଶ, ଏକେଲା ପଣ

ବନ୍ଧନ ଜୀବନ ର ଚିତ୍ର ଟିଏ ।

ଲୁହା ର ଫାଂକ ଭିତରୁ ବାହାରି ଆସେ 

ତତଲା ନିଃଶ୍ୱାସ ,

କେବେ କେବେ ଫଡ୍ ଫଡ କରେ 

ସୁଚେଇ ଦେଇ ନିଜର ସ୍ଥିତି ଭିତ୍ତି ପରିସ୍ଥିତି।

କିନ୍ତୁ

ହାୟ , 

ମୁକୁଳି ନ ପାରି ଆଦରି ନିଏ ଭାଗ୍ୟ ଭବିଷ୍ୟ।

କେହି ନ ଥିଲା ବେଳେ 

ଆପେ ଆପେ ଖୋଲ

 ଯାଆନ୍ତା ନି ଜଞ୍ଜିର ଟି

 ଠିକ୍ ଆକାଶ ରେ ତାରା ଲୁଚି ଯିବା ବେଳେ ।

 


Rate this content
Log in