STORYMIRROR

TUKUNA SAHU

Tragedy

3  

TUKUNA SAHU

Tragedy

ଦୁହିତା

ଦୁହିତା

1 min
162

ସିନ୍ଦୂର ଦିଅଇ ନୂତନ ଠିକଣା 

ଆପଣାଙ୍କୁ କରେ ପର 

ବାପା ଭାଇ ପୁଣି କୁଣିଆ ହୁଅନ୍ତି 

ଗଲେ ଝିଅ ଶାଶୁଘର ।


ଶଶୁର ମନ୍ତ୍ରଣା ଶାଶୁଙ୍କ ଗଞ୍ଜଣା 

ନିତି ହୁଏ ଦହଗଞ୍ଜ

ସଭିଙ୍କ ମନକୁ ଖୁସି କରିବାରେ 

ବିତେ ସକାଳରୁ ସଞ୍ଜ । 


ବୁଝେ ନାହିଁ କେହି ତା ହୃଦ ଯନ୍ତ୍ରଣା

ଶୁଣିଛି କେ ତାର କାନ୍ଦ 

ଆଖିର ଲୁହକୁ ଓଠେ ଦିଏ ସଦା 

ଭୁଲି ନିଜ ଭଲ ମନ୍ଦ ।


ଆଞ୍ଜୁଳେ ଖୁସିକୁ ପାଇବା ନିମନ୍ତେ 

ତେଜି ନିଜର ଆହାର 

ଦୁନିଆଁ ଦାଣ୍ଡରୁ ସାଉଁଟେ କେବଳ

ଖାଲି ଦୁଃଖ ଉପହାର । 



Rate this content
Log in

Similar oriya poem from Tragedy