STORYMIRROR

Sarat Manhira

Tragedy

3  

Sarat Manhira

Tragedy

ଜଙ୍ଗଲ ଓ ଗଛମାନେ

ଜଙ୍ଗଲ ଓ ଗଛମାନେ

1 min
10


ଜଙ୍ଗଲ ହେଉଛି ଗଛର କୋରାପୁଟ ସହର 

ଯେଉଁଠାରେ ଦାଦିବୁଢ଼ା ଆରାମରେ ବସିପଡେ 

ତା ଚତୁର୍ଦ୍ଦିଗ ନୀରବ ଦୁନିଆରେ,

ଏବଂ 

ପଡୋଶୀ ଗଛମାନଙ୍କ ସହ 

ମହିଳା ପରି ଯାବତୀୟ ଗପସପ କରେ.........!!


ଦିନରେ,

    ଜଙ୍ଗଲ କବାଟ ଖୋଲିଯାଏ 

    ସେଠାରେ ପ୍ରବେଶ କରେ,

    ବିଶୃଙ୍ଖଳିତ ଅନ୍ଧସୂର୍ଯ୍ୟ 

    ଆଉ 

    ଉଲଗ୍ନ ଧରଣୀ ବାହୁ ଛାୟା ତଳେ 

    ଯୁଗ ଯୁଗ ଧରି ଇନ୍ଧନ ଜାଳୁଥାଏ........!!


ପଳାୟନକାରୀ ପବନ ଉଡୁଥାଏ 

ଡେଣା ଛପଟି - ଛପଟି 

ଘଞ୍ଚ ଜଙ୍ଗଲ, ଘାସ କରୋଡ଼ରେ........!!


ସିଧା ସଳଖ ଗଛଗୁଡିକ ଧନ ଗର୍ବ ସହ 

ଠିଆ ହୋଇ 

ପାଟିକରିବା ଆରମ୍ଭ କରିଦିଅନ୍ତି,

ଅଲଗା ଭାଇର ଜମିବାଡ଼ି ହାତେଇବାକୁ 

କିନ୍ତୁ 

ଯେତେବେଳେ ପରିପକ୍ୱ ବୃଦ୍ଧ ହୁଅନ୍ତି 

ତା ପରେ,

ବନ୍ଧୁତ୍ବପୂର୍ଣ୍ଣ ପତ୍ରରେ ଏକ ଭାଇର ହାତ ଧରିବାକୁ 

ନୀରବତାରେ 

ଆଣ୍ଠୁମାଡି ନଇଁ ପଡ଼ନ୍ତି...........!!


ଏହିପରି ସାହସ ଏକତ୍ରିତ କରି 

ଖରା, ବର୍ଷା, ଶୀତକୁ

ସ୍ବାଗତଂ କରନ୍ତି 

ଓ 

ଖସିପଡୁଥିବା ତାରାମାନଙ୍କ ସୁନା କେଶରକୁ 

ନିଜ ମୁଣ୍ଡରେ ବୋହି,ବୋହି

ହାଇ ଆଳସ୍ୟକୁ ଠେଲି -ପେଲି 

ନିଦ୍ରାବତି ସହରକୁ,

ଉଦଲିଆ ପଳେଇ ଯାଆନ୍ତି.......!!

     

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy