STORYMIRROR

Sarat Manhira

Romance

4  

Sarat Manhira

Romance

-: ସିନ୍ଧେକେଲାରେ ସନ୍ଧ୍ୟା :-

-: ସିନ୍ଧେକେଲାରେ ସନ୍ଧ୍ୟା :-

1 min
12

ଯେତେବେଳେ ମୋହନମାଝୀ ପର୍ବତରେ ସନ୍ଧ୍ୟା ଖସିପଡେ

ଦିନର ଭ୍ରମଣବୃତ୍ତାନ୍ତ 

ଚେନ୍ନାଇ ଏକ୍ସପ୍ରେସରେ ଓହ୍ଲାଇ 

ବିଶ୍ରାମରେ ଶୋଇଯାଏ.......!!

ଅଥବା 

ଲୋଭାସୁର ପ୍ରଲୋଭିତ ସ୍ତମ୍ଭନ ଦୃଷ୍ଟିରେ 

ଅଟକିଯାଏ ସୂର୍ଯ୍ୟର ସାମ୍ରାଜ୍ୟ ବିସ୍ତାର 

ଆଉ 

ଫେରୁଥାଏ ବାର୍ଦ୍ଧକ୍ୟ ସୁନ୍ଦରୀ 

ବିଦେଶିନୀ,

କାମତୁରା ୟକ୍ଷଛିଣୀ 

କଳାବେଣୀ ବଙ୍କାକରି.........!!


ତତକ୍ଷଣ ଜିଦଖୋର ଦସ୍ୟୁ ହାବୁଡ଼ରେ 

ପ୍ୟାରିସ - ଲଣ୍ଡନ ସହର 

କେତେ ଲୁଣ୍ଠନ, ହତ୍ୟା, ରାଜକୋଷ 

ସହ 

ଲୁଟିନେଲେ କଅଁଳ ମାଂସର ମାନମହତ 

ଇତସ୍ତତଃ 

ଗୁପ୍ତ ଗୁମ୍ଫାରେ ଆତ୍ମଗୋପନ କଲେ 

ଷୋଡଶ ଜନପଦ ନଗର ଓ ଆମାଜନ ଜଙ୍ଗଲ......!!


ଏଲିଜାବେଥ ସନ୍ଧ୍ୟାରାଣୀ,

ସହର କାନ୍ଥବାଟ ସହ ଲୁଚକାଳି ଖେଳି - ଖେଳି 

କ୍ଷଣ ବ୍ରେକ ଦେଇ 

ଅନ୍ଧାରୁଆ ହୁଙ୍କାରୁ ବାଲ୍ମୀକିର ପୁନର୍ଜନ୍ମ ଅଭ୍ୟୁଦୟ ପରି 

ବତୀଖୁଣ୍ଟମାନେ ଶୂନଶାନ କଂକ୍ରିଟରେ 

ଧାରୁଆ ଫାଶୀରେ ଚକଚକ ଚମକୁଥିଲେ.....!!


ଶେଷ ସୀମାନ୍ତ ମୁଣ୍ଡ ଉପରେ 

ଚୌକିଦାର କଳ୍ପବଟ ଇତ୍ୟାଦି ବଂଶଧର 

ଦିନତମାମ ଛତାଧରି,

ପଶ୍ଚିମ ବିଭାଗ ଛୁଟି ଘୋଷଣା ନ କରିବା ପର୍ଯ୍ୟନ୍ତ 

ଲମ୍ବାଧାଡିରେ ଠିଆ ହୋଇଥାନ୍ତି......!!

ବର୍ତ୍ତମାନ, ଦିବାଲୋକ ଆୟୁଷ କ୍ଷୟହୁଏ 

ତା' ପାଦଶିକୁଳି ଗୋଡ଼ରେ ପରିଣତ କରି 

ଥାନା ଛକ, ଟିଟିଲାଗଡ଼ ଛକ, ଚାନ୍ଦୋତାର ଛକ 

ନୂଆ ବୋହୂ ପରି,

ଆଗପଛ ପାଦପକାଇ ମଣିଷ ସହ ଚାଲୁଥାଏ 

ବିପୁଳ କ୍ଷମତାର ବସ୍ତା ବୋଝେଇ...........!!


ଓଭରବ୍ରିଜ ଛାତି ଉର୍ଦ୍ଧ୍ୱରେ ଚାଲୁଥାଏ 

ପ୍ରୟଣର ଖାତାଧାରି ବ୍ୟାଙ୍କମାନଙ୍କର

ସୁଖ,ଦୁଃଖ ଲେଣ - ଦେଣର 

ରୋମାଣ୍ଟିକ ଫିଲ୍ମ.....!!

ଏବଂ 

ଏକ ପ୍ରତିଷ୍ଠିତ ଚଉକିରେ ବସି 

ସାହୁକାର ବିଲ ପ୍ରସ୍ତୁତ କରୁଥାଏ,

ଦୈନଦିନ 

ଲାଭ - କ୍ଷତିର ପୂର୍ଣ୍ଣାଙ୍ଗ ବିବରଣୀ.......!!


ତାରା ମାନେ, 

     ଅମାବାସ୍ୟା ମେଘ ଝରକା, କବାଟ ଖୋଲି 

     ସୁବର୍ଣ୍ଣ ମୁକୁଟ ପିନ୍ଧି 

     ବରବେଶରେ ଗଗନକୁ ବେଢ଼ିଥିଲେ.......!!


ବୃକ୍ଷଡାଳ ଗହନରେ,

ହଠାତ ଇନ୍ଦ୍ର ବଜ୍ରାଘାତରେ 

ଜାଗ୍ରତ ହୋଇ ଉଠିଲେ ପଙ୍ଗପାଳ ଗୋଷ୍ଠୀ.....!!

ଝାଳବୁହା ଧାନକ୍ଷେତକୁ 

କାଟୁଥିଲେ 

ବିଂଶ ଶତାବ୍ଦୀର ଅସହାୟ 

ବେରୋଜଗାର ଶ୍ରମିକ ପରି.......!!


ରକ୍ତବୀର୍ଯ୍ୟ ମଶା,

ପାର୍ସି ଘୋଡା ପରି ଦୌଡୁଥାଏ 

ଏ ଦୋକାନ, ସେ ଗଳି ଆବର୍ଜନା 

କାଁ ଭାଁ କେଉଁଠି ସାଙ୍ଗସାଥି ମିଳିଗଲେ 

ଆନନ୍ଦରେ ଟାଣୁଥାଏ 

ସିଗାରେଟ ଧୂଆଁ..........!!


ୟାରି ମଧ୍ୟରେ ଧ୍ରୁତରାଷ୍ଟ୍ର ଅନ୍ଧପୁଟୁଳାର ଅନୁଶାସନ ଓ 

ଦ୍ୱାରପାଳ, ପ୍ରହର ଡାକରେ 

ଏଲୋରା ଗୁମ୍ଫାବନ୍ଧ,

ଆଉ ନିଶାଚରି ତାଡ଼କାର 

ଡେଣା ଛଟପଡ଼..........!!  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance