STORYMIRROR

Sarat Manhira

Abstract

4  

Sarat Manhira

Abstract

ବିଶ୍ୱ ସମ୍ରାଟ

ବିଶ୍ୱ ସମ୍ରାଟ

1 min
5


ହେ ବିଶ୍ୱ ସମ୍ରାଟ,

       ତୁଚ୍ଛ ତମ ରାଜସିଂହାସନ ଆରୋହଣ 

       ଦିଗବିଜୟୀ ଘୋଷିତ କରୁଥିବା 

       ଅଶ୍ୱମେଧ ଘୋଡାର ଗର୍ଜନ....!!


ଏଇ ଦେଖ,

    ତମର ପୋଡା ଇତିହାସ ଲାଇଭ ଟେଲିକାଷ୍ଟ 

    ଟେଲିଭିଜନ ପରଦାରେ,

    ଅଗଣିତ ହତ୍ୟା, ଲୁଣ୍ଠନ ଓ ରାଜ୍ୟଜୟର 

    ଦ୍ରୁତଗାମୀ ହେଡ଼ଲାଇନ -

    ଜୋରଜବରଦସ୍ତି ଉର୍ବଶୀ, ମେନକା ପରି କେତେ ଯୁବତୀ 

    ତୁମ ବାହୁବଳୀ ଜଙ୍ଘରେ ଖସି - ଖସି 

    ନ୍ୟାୟ ପାଇବା ସକାଶେ 

    ରାଜଦରବାରରେ,

    ମାଟି ଚେର ଭଳି ପୋତି ହୋଇଗଲେ..!!

    ଅଥବା 

    ଇଜ୍ଜତ ଚୁନରି ଝଡ଼ ଖୋଲା ଆକାଶରେ ଉଡିଗଲାବେଳେ 

    ଅଦରା,

    ତୁଠ ପଥର ପାଲଟି ଗଲେ......!!


     

    ଅସଂଖ୍ୟ ଭଗ୍ନରଥ, ବୁଢ଼ା ହାତୀ, ଅସ୍ତ୍ରାଗାର 

    ଚିତ୍ତ ଅପହାରୀ ଦେବଦାସୀ - ନର୍ତ୍ତକୀ 

    ଜ୍ୟୋତିଷ, ବିଦୂଷକ, ମନ୍ତ୍ରୀ, ପାରିଷଦ, ଦେହରକ୍ଷୀ 

    ଅଙ୍କ ଶାୟିନୀ ପାଟରାଣୀ, ପୁତ୍ର - କନ୍ୟା, ରାଜମହଲ,

    ସବୁ ତକ ତୋ'

    ଇତିହାସ ପୁରୁଣା ଗଳିରେ 

    ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ 

    କୁରୁକ୍ଷେତ୍ର ମହାଯୁଦ୍ଧରେ ଅଚେତନ.......!!

    ଅବଶିଷ୍ଟ ଯାହା ଥିଲା - ମନ୍ଦିର, ମସଜିଦ, ଉଦ୍ୟାନ ଆଦି 

    ନାଦିରଶାହ ଆତଙ୍କରେ 

    ଆତ୍ମହତ୍ୟା ଆଶ୍ରମରେ ଆଶ୍ରୟ ନେଇଗଲେ ....!!


    ତମେ ମଧ୍ୟ ଧୃତରାଷ୍ଟ୍ର ପରି ଜନ୍ମାନ୍ଧ 

    ଚକ୍ଷୁ, କର୍ଣ୍ଣ, ଅଧିକାର ଥିବା ସର୍ତ୍ୱେ 

    ରାଜଦଣ୍ଡ ଧରି ବସିଥିଲ,

    ଯେପରି କାଳ - କାଳକୁ ପଡିରହିଥିବା 

    ଅଚଳ କାଠର କବାଟ.....!!

     


    ବାଜି ଜିତିଛ କେବଳ, ଶକୁନି କପଟ ପଶାର

    ପାଞ୍ଚଖଣ୍ଡ ଗାଁ ଦାବି କରୁଥିବା 

    ଦ୍ରୌପଦୀର ବିବସ୍ତ୍ର ଦେହ ଓ 

    ବୈଧବ୍ୟ ସ୍ତ୍ରୀ ଅଭିଶାପର ଯନ୍ତ୍ରଣା 

    ଆଉ,

    ଦମକଳ ଗାଡି ଭଳି ଲିଭେଇଲ 

    କେତେ, କେତେ 

    ପ୍ରଜାକୁଳର ବଂଶଦୀପ.......!!


ରାଜନ,

   ଭୁଲ ସ୍ୱୀକାର କରିନିଅ 

   ଜେଲ ର ଅପରାଧି ପରି 

   ଭୂତ, ପ୍ରେତ, କଙ୍କାଳ ଧାରି ତୁମ୍ଭ 

   ଚାକର - ଗୋଡ଼ ତଳେ...!!

   ନ ହେଲେ,

   ରବି ସିଂଙ୍କ - "ଚରମ ପତ୍ର ଘେନି "

   ଛାଡି ଦିଅ ଅଯୋଗ୍ୟ, କଳଙ୍କିତ, ରାଜପାଟ ର 

   ଶାସନ ଦାୟିତ୍ବ ....!!


               


Rate this content
Log in

Similar oriya poem from Abstract