STORYMIRROR

Sarat Manhira

Fantasy

4  

Sarat Manhira

Fantasy

:- ଗ୍ରୀଷ୍ମର ବ୍ୟଭିଚାର :-

:- ଗ୍ରୀଷ୍ମର ବ୍ୟଭିଚାର :-

1 min
15

ଗ୍ରୀଷ୍ମ ନଟୀର ଚିକମିକ ପରଦା ଶାଢ଼ୀ 

ପ୍ରଚଣ୍ଡ ବୈଶାଖ ମରୁଭୂମିରେ 

ଶୁଖୁଥାଏ ଚାଳିଶ ଡିଗ୍ରୀ ତାପମାତ୍ରରେ......!!


ଖରା ପୃଥିବୀକୁ ଖନନ କରୁଥାଏ 

ତତଲା ରଡ଼ରେ,

ଓ 

ରାତି ଜହ୍ନିଓଷାରେ ଉଜାଗର ରହିରହି 

ଦୁର୍ବଳ ନିଦଗୁଡିକ,

ଝୁମୁରି - ଝୁମୁରି 

ଝୁଣ୍ଟି ପଡୁଥାନ୍ତି ଅସରାଦିନ ଯାକ.......!!


ସମଗ୍ର ପୋଖରୀ ପାଣି ଅଗସ୍ତି କେଉଟ ଜାଲରେ 

 ଶେଷ ନିଶ୍ୱାସ ଛଡ଼ପଟ,

ମାରାତ୍ମକ ଧୂଆଁ କୁହୁଡିରେ 

ହଇଜା ଡେଣାରେ ଗଛପତ୍ର ଝାଡା, ବାନ୍ତି

ସହ 

ଅଂଶୁଘାତ ବାହୁବଳୀ କବଳରେ 

ଏକ ରାଜ୍ୟ ସମର୍ପଣ.......!!


ଗ୍ରୀଷ୍ମ ବ୍ୟଭିଚାର,

ଏକ ବରବେଶ ଧରି, ଝିଅ ଚୋରି ନେଇଗଲ 

ଜୀବନ - ମୃତ୍ୟୁ ଓ ପ୍ରେମ - ଘୃଣା 

ଘରଗୁଡିକ ସବୁ ନିଛାଟିଆ ମୂକ - ବଧିର....!!        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy