STORYMIRROR

CHINMAYEE PRADHAN

Classics Fantasy Children

4  

CHINMAYEE PRADHAN

Classics Fantasy Children

ବଡ ଭଉଣୀ

ବଡ ଭଉଣୀ

1 min
353

ଘରର ପରା ସେ ବଡ଼ ଭଉଣୀ

ଅଟଇ ସତେ ସେ ସର୍ବ ସହଣୀ।


ବାପା ମାଆଙ୍କର ଜ୍ଯେଷ୍ଠ ସନ୍ତାନ

ସବୁରିଙ୍କର ସେ ଜୀବନ ଧନ।


ବାପା ବୋଉଙ୍କର ସେବା କରଇ

ଭାଇଭଉଣୀଙ୍କୁ ସ୍ନେହ ଦିଅଇ।


ତା ହାତରେ ସତେ ଅଛି କି ଯାଦୁ 

କଥାରେ ତାହାର ଝରଇ ମଧୁ। 


ସ୍ନେହ ବୋଳା ତାର ମଧୁର ବାଣୀ 

ପାଖକୁ ତାହାର ନିଅଇ ଟାଣି। 


ଭାରି ସୁଆଦିଆ ତା ହାତରନ୍ଧା 

ଖାଇଛି ଯିଏ ତ ପଡିଛି ବନ୍ଧା। 


ନିଦ ନ ଆସିଲେ ଶୁଆଇ ଦିଏ

ଦୁଃଖ ଆସିଲେ ସେ ହସାଇ ଦିଏ। 


ପୁରୁଣା ଜାମା ନିଜେ ପିନ୍ଧି ଥାଏ 

ନୂଆ ଜାମା କିଣି ଆମକୁ ଦିଏ। 


ପେଟରୁ କାଟି ସେ ଆମକୁ ଦିଏ

ଆଖିର ଲୁହକୁ ନିଜେ ପି ଯାଏ। 


ଯେତେ ଦୁଃଖ ଥିଲେ ସବୁ ସହିଯାଏ

ଲୁହକୁ ଲୁଚାଇ ସଦା ହସୁଥାଏ। 


ଭଉଣୀ ନୁହେଁ ସେ ବନ୍ଧୁ ମୋହର

କହେ ତାକୁ ସବୁ କଥା ମନର। 


ଅନ୍ଯାୟ ବିରୋଧେ ଯୁଧ୍ୟ ଶିଖାଏ

ବିପଦ ଆସିଲେ ସାହସ ଦିଏ।


ଝଡଝଞା ସବୁ ଏଡ଼ାଇ ଦିଏ

ଅସୀମ ଧୈର୍ଯ୍ୟର ମୂର୍ତ୍ତିଟେ ସିଏ।


ଆକାଶୁ ବିଶାଳ ହୃଦୟ ତାର

ଅସରନ୍ତି ଝର ସ୍ନେହ ମମତାର।


ମହାନ ଅଟେ ସେ ବଡ ଭଉଣୀ 

ସବୁଠୁ ନିଆରା ତାର କାହାଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics