STORYMIRROR

Satyanarayan Sahoo

Classics

4  

Satyanarayan Sahoo

Classics

ସ୍ନାନ ମଣ୍ଡପ ରେ ସ୍ନାନ ପୂନେଇଁ

ସ୍ନାନ ମଣ୍ଡପ ରେ ସ୍ନାନ ପୂନେଇଁ

1 min
201

ସ୍ନାନ ମଣ୍ଡପ ରେ ସ୍ନାନ ପୂନେଇଁ

ଗଜାନନ ବେଶେ କଳା ଗୋସାଇଁ ।

ଆହା କି ଆନନ୍ଦ ମୟ ତିଥିରେ

ବିଜେ ହେବେ ଦିଅଁ ସ୍ନାନ ମଣ୍ଡପେ ।

କେତେ ମଉଜ ଏ ଆଣି ଆସଇ

କଳା ଗୋସେଇଁ ଙ୍କ ସ୍ନାନ ପୁନେଇଁ ।

ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା

ଦେବସ୍ନାନ ଭାବେ କି ମନୋରମା ।

ପ୍ରସିଦ୍ଧ ପୁରୀ ଶ୍ରୀ ମନ୍ଦିରେ ହୁଏ

ସ୍ନାନ ଜାତ ଆହା ଏହି ସମୟେ ।

ସୁବର୍ଣ୍ଣ କୂପ ରୁ ସଲିଳ ଆଣି

ସ୍ନାନ ମଣ୍ଡପ ରେ ସିନାନ ପାଇଁ ।

ପହଣ୍ଡି ରେ ବିଜେ ହୁଅନ୍ତି ଧାଇଁ  

ଶହେ ଆଠ କୁମ୍ଭ କଳସ ଢାଳି ।

ଚଟୁର୍ଦ୍ଧ। ମୂରତି ଗାଧାନ୍ତି ତହିଁ

ଜଳ ସ୍ନାନ ବୋଲି ଏହାକୁ କହି । 

ପଞ୍ଚ ତ୍ରିଂଶ ଗରା ଜଳେ ସ୍ନାହାନ

ଜଗନ୍ନାଥ ଙ୍କର ହୁଅଇ ଜାଣ ।

ତେତିସ କଳସ ଢାଳି ହୁଅନ୍ତି

ବଳରାମ ଦେହେ ଆନନ୍ଦେ ଅତି ।

ବାଇଶି କଳସୀ ଜଳେ ସୁଭଦ୍ରା

ସ୍ନାହନ ହୋଇକି ହୋନ୍ତି ବିଶୁଧା ।

ସୁଦର୍ଶନ ଯେ ଅଠର କଳସୀ 

ଜଳ ନିଜ ଦେହେ ହୁଅନ୍ତି ସିଞ୍ଚି ।

 ଚନ୍ଦନ କର୍ପୂର ମିଶ୍ରିତ ଜଳ

ସ୍ନାନ ମଣ୍ଡପରେ ବିଜେ ସକଳ। 

ସ୍ନାନ ସାରି ଗଜା ନନ ବେଶରେ

ପ୍ରବେଶ କରନ୍ତି ସେ ଅଣସରେ । 

ଚତୁର୍ଦ୍ଧଶ ଶତକ ସମୟ ରେ

ମହା ଗାଣପତ୍ୟ ସମ୍ପ୍ର ଦାୟ ରେ ।

ଜନୈକ ବ୍ରାହ୍ମଣ ଶ୍ରୀ କ୍ଷେତ୍ରେ ବିଜେ

ଭକତ ସାଜି ସେ ସେଵିବା କlର୍ଯ୍ୟେ ।

ନାମ ତାଙ୍କର ଗଣପତି ଭଟ୍ଟ

ଜାତି ରେ ଥିଲେ ସେ ଜାଣ ମର୍ହଟ୍ଟ ।

ତାଙ୍କ ଠୁ ଆରମ୍ଭ ଏ ପରମ୍ପରା

ହାତୀ ବେ ଶେ ଦିଅଁ ଦିଶନ୍ତି ତୋରl ।

ସ୍ନାନ ମଣ୍ଡପ ରେ ସ୍ନାନ ପୁନେଇଁ

ଗଜାନନ ବେଶେ କଳା ଗୋସାଇଁ ।

ଚାଲ ହେ ଦେଖିବା ଚାଲ ହେ ଧାଇଁ

ଆସୁଅଛି ଏଇ ସ୍ନାନ ପୁନେଇଁ ।



Rate this content
Log in

Similar oriya poem from Classics