STORYMIRROR

Pratima Satpathy

Classics

4  

Pratima Satpathy

Classics

ମଧୁ ବର୍ଣ୍ଣବୋଧ

ମଧୁ ବର୍ଣ୍ଣବୋଧ

1 min
337


ବିଦ୍ୟା ଶିକ୍ଷାର ଯେ ପ୍ରଥମ ସୋପାନ

    ଅଟେ ମଧୁ ବର୍ଣ୍ଣବୋଧ

ଏହାକୁ ଆୟତ୍ତ କରିଲେ ମନୁଷ୍ୟ

     ବିଦ୍ୟାରେ ହୁଏ ପ୍ରସିଦ୍ଧ।

ଅ, ଆ ଠାରୁ ଚନ୍ଦ୍ରବିନ୍ଦୁ ଯାଏଁ

    ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣ

ଅଣଚାଶ ଅକ୍ଷରରେ ସୁସଜ୍ଜିତ

  ସର୍ବ ବିଦ୍ୟା ଥାଏ ପୂର୍ଣ୍ଣ।

ଅକ୍ଷରକୁ ନେଇ ଚିତ୍ର ଥାଏ ରହି

   ପଢି ବୁଝି ହୋଇଯାଏ

ଫଳା,ଆକାର, ହ୍ରସ "ଇ' କାର , ପୁଣି

   ଦୀର୍ଘ ‘ଈ' କାର ଟି ଥାଏ।

ଏକା ଉଚ୍ଚାରଣ ଥିଲେ ମଧ୍ୟ ତା'ର

   ଅଲଗା ଅଲଗା ଅର୍ଥ

ବର୍ଣ୍ଣବୋଧ ପାଠ ପଢି ନଥିଲେ ଟି

   ବୁଝିବାକୁ ଅସମର୍ଥ ।

ଯୁକ୍ତାକ୍ଷର ସହ ପଣିକିଆ ପାଠ

   ପଢିଲେ ବଢ଼ଇ ଜ୍ଞାନ

ଆଗେ ଚାହାଳିରେ ବର୍ଣ୍ଣବୋଧ ପାଠ

    ପଢ଼ା ହେଉଥିଲା ଜାଣ।

ଧନ୍ୟ ଧନ୍ୟ ତୁମେ ହେ ମଧୁସୂଦନ

    ଲେଖି ମଧୁ ବର୍ଣ୍ଣବୋଧ

ଶିକ୍ଷାର ପ୍ରଚାର ପ୍ରସାର କ୍ଷେତ୍ରରେ

    ହେଲ ଜଗତେ ପ୍ରସିଦ୍ଧ।

ନୀତିଶିକ୍ଷା କଥା ମଧୁ ବର୍ଣ୍ଣବୋଧ

   ଶିଖାଇ ଅଛି ଆମକୁ

ମନ ଦେଇ ପାଠ ପଢିଲେ ପିଲାଏ

   ଡରିବ ନାହିଁ କାହାକୁ।

ବର୍ଣ୍ଣବୋଧ ବହି ପଢିଥିଲେ ବାବୁ 

    କେଉଁଠାରେ ହାରିବନି

ଯୁକ୍ତାକ୍ଷର ଲେଖା, ଫଳା, ଓ ବନାନ

   ଭୁଲ କେବେ ହୋଇବନି।

ହେ ମଧୁସୂଦନ ତୁମକୁ ପ୍ରଣାମ

   କରୁଅଛି ବାର ବାର

ଅକ୍ଷୟ ରହିଛି ତୁମ ସ୍ମୃତି ସବୁ

  ରହିଛ ଚିର ଅମର।

ଯୋଗଜନ୍ମା ମହାପୁରୁଷ ହେ ତୁମେ

  ଉଜ୍ୱଳ ତାରକା ହୋଇ 

ଦାନ କରିଅଛ ନିଜର କୃତିକୁ

  ଦେଶର ମଙ୍ଗଳ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics