Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ବିଷୁବ ବେଳାର ଗୀତ

ବିଷୁବ ବେଳାର ଗୀତ

1 min
272



ମୋ ଉତ୍କଳ ଭୂମି ମହୀୟାନ ସଦା

ଆଧ୍ୟାତ୍ମିକତାର ମନ୍ତ୍ରେ

ସସ୍କୃତି ଧାରାର ପବିତ୍ର ପ୍ରବାହେ

ଉତ୍କଳ ମୋର ସର୍ବାଗ୍ରେ ।


ଆମ ପରଂପରା ପ୍ରତିଟି ପୃଷ୍ଠାଯେ

ବିଜ୍ଞାନ ବାର୍ତ୍ତାରେ ପୁଷ୍ଟ

ବୁଝିପାରିଲେ ତ ଜୀବନ ସୁନ୍ଦର

ଉତ୍କଳ ଯେ ଗୁରୁ ଶ୍ରେଷ୍ଠ।


ବାରଟି ମାସର ଆରମ୍ଭ ହୁଅଇ 

ଦୁଇଟି ଧାରାକୁ ନେଇ

ଚାନ୍ଦ୍ରମାସ ଆଉ ସୌରମାସ ବୋଲି

ସଭିଙ୍କୁ ଯେ କହିଥାଇ ।


ଚନ୍ଦ୍ରମା ଚଳନେ ଚାନ୍ଦ୍ରମାସ ହୁଏ

ସୁରୂଜ ଚଳନେ ସୌର

ସଂକରାନ୍ତି ଠାରୁ ସୂର୍ଯ୍ୟଙ୍କ ଚଳନ

ରାଶିରୁ ରାଶି ଚଳନ।


ରାଶି ଅନୁସାରେ ସଂକ୍ରାନ୍ତିର ନାମ

ଜ୍ୟୋତିଷ ଶାସ୍ତ୍ର ମତରେ

ବିଷୁବ ସଂକ୍ରାନ୍ତି ମେଷରୁ ଚ଼ଳନେ

ବିଷୁବ ରେଖା ରେ ରହେ ।


ବିଷୁବ ସଂକ୍ରାନ୍ତି ଶିରା ପ୍ରଶିରା ଯେ

ଜୀବନ ଦର୍ଶନେ ଭରା

ବିଷୁବର ଗୀତ ସ୍ଵର ଲହରରେ

ଶୁଭେ ମାନବତା ବାର୍ତ୍ତା ।


ବିଷୁବର ଗୀତ ସଚେତନ କରେ

ରୌଦ୍ରତାପ ବିଷୟରେ

ପଣା ସଂକରାନ୍ତି ବିଷୁବ ଗୀତର

ଅମୋଘ ପାଥେୟ ଟିଏ ।


ପରବ ପାଳନ ସାହାରା ନେଇ ଯେ

ଲୋକଙ୍କୁ ବାରତା ଦିଏ

ପଣା ଛତୁଆର ମହାର୍ଘ ପ୍ରୟୋଗ

ବାରତା ଆମକୁ ଦିଏ ।


ବିଷୁବ ଗୀତରେ ନବ ବରଷରୁ

ପଞ୍ଜିକା ର ବ୍ୟବହାର

ଗୋତ୍ର,ସୂତ୍ର, ମନ୍ତ୍ର ଅୟମାରମ୍ଭ ଯେ

ଆଙ୍କଇ ଚିର ସ୍ଵାକ୍ଷର ।


ବିଷୁବର ଗୀତ ଦଣ୍ଡ ପାଟ ମଧ୍ୟେ

 ମାନସିକତା ଅପୂର୍ବ

ନିଜେ ଦଣ୍ଡ ବରି ମୋ ଉତ୍କଳ ପୁତ୍ର

କଲ୍ୟାଣ ଚାହେଁ ବିଶ୍ଵର ।


ବିଷୁବର ଗୀତ ବୃନ୍ଦାବତୀ ପାଖେ

ପଣା ପାଣି ଢ଼ାଳି ଦିଏ

ଜୀବ ଜଗତକୁ ରୌଦ୍ର ମୁକ୍ତି ପାଇଁ

ମଣିଷକୁ ପାତ୍ର କରେ ।


ମଣିଷ ଚାହିଁଲେ ଏ ଜୀବ ଜଗତ

ସୁଷ୍ଟ ହୋଇ ଯେ ପାରିବ

ପରୋପକାରରେ ବ୍ରତୀ ହେଲେ ନର

ଜନ୍ମ ସାର୍ଥକ ହୋଇବ ।


ବିଷୁବର ଗୀତ ଭକ୍ତି ଭାବନା ର

ଭକ୍ତ ଶ୍ରେଷ୍ଠ ଗୀତ ଗାଏ

ଶ୍ରେଷ୍ଠ ଭକ୍ତ ହନୁମାନଙ୍କ ଜୟନ୍ତୀ

ଏ କଥା ସୂଚାଇ ଦିଏ ।


ବିଷୁବ ଗୀତର ସ୍ୱରେ ସ୍ଵର ଦେଇ

ଚାଲ ଗୀତ ଗାଇଯିବା

ମଣିଷ ପଣିଆ ବାଣ୍ଟି ଦେଉ ଦେଉ

ସନ୍ତୋଷ ସାଉଁଟି ଯିବା ।


   


Rate this content
Log in

Similar oriya poem from Classics