STORYMIRROR

Sarojini Mishra

Classics

4  

Sarojini Mishra

Classics

ଯୋଗଜନ୍ମା ବୁଦ୍ଧ

ଯୋଗଜନ୍ମା ବୁଦ୍ଧ

2 mins
17



ଧରଣୀ ଘନ ତମସା ସମାଜ ଯେ ପଥଭ୍ରଷ୍ଟା
ସାଧୁସନ୍ଥ ଆବିର୍ଭାବ ଭାରତ ବର୍ଷେ
ନୀତିର ଅଶୁଦ୍ଧ କାୟା ମନ ପୀଡ଼ା ରେ ଅଥୟା ଲାଘବ ଚନ୍ଦନ ହସ୍ତେ ଜ୍ଞାନ ପରଶେ
ନୀତିବାଣୀ ସ୍ରୋତ ଅମୃତ
ମଣିଷ ମନରୁ ପୋଛେ ଅଜ୍ଞାନ ବିଷ । ୧ ।

ଧର୍ମ, ସଂସ୍କାରର ସ୍ଥିତି ଜୀବନ ର ଅଧୋଗତି ଯୋଗଜନ୍ମାଙ୍କ ଆଦୃତି ସଂସ୍କାର ଆଶେ
ଜନ୍ମର ସୁନ୍ଦର ବେଳା ପିନ୍ଧାଇ ଦିବ୍ୟ ମେଖଳା
ଭୋଗ ଅନଶନେ ତ୍ୟାଗ ପରଶି ଦିଏ
ପ୍ରାଣୀଙ୍କର ହିତ ର କଥା
ଭାବନା ରାଜ୍ୟ ରେ ହୁଏ ଯୋଗ ପ୍ରବକ୍ତା ।୨

ବୈଶାଖ ପୂର୍ଣ୍ଣିମା ତିଥି ଲୁମ୍ବିନୀରେ ଜଗଜ୍ୟୋତି ଶୁଦ୍ଧୋଦନ ମାୟାବତୀ ଶୋଣିତେ ଜାତ
ଆଜନ୍ମ ଅନାସକ୍ତ ର ଯୋଗୀ ସେ ମୋକ୍ଷର ଦ୍ଵାର ଆସକ୍ତି ବଳୟ ମୁକ୍ତ ଦିବ୍ୟ ସ୍ୱରୂପ
ଯୋଗ ତତ୍ତ୍ଵ ବିଭା ମଣ୍ଡିତ
ପ୍ରାଣୀ ଙ୍କ  ଆରତେ ସଦା କ୍ଷତ ବିକ୍ଷତ ।୩।

ଜୀବନ ପଥର ଚର୍ଯ୍ୟା ଗଢ଼ିଲେ ଯୋଗ ସଂହୀତା ରୋଗୀ, ଶବ,ସନ୍ୟାସୀଙ୍କୁ ଦେଖି ବିବ୍ରତ
ମନରେ ବେଦନା ଝଡ଼ ପାଦ ହୁଏ ଟଳମଳ
ପତ୍ନୀ ଯଶୋଧାରା ଛନ୍ଦ ତୁଟି ପଡିଲା
ପୁତ୍ର ମାୟା ମୋହ ବନ୍ଧନ
ବାନ୍ଧି ରଖି ପାରିଲାନି ସେ ଅନ୍ତର୍ଦ୍ଧାନ ।୪

ଶୈଶବର ମାତୃ ବିଦା ବିମାତା କୋଳେ ପାଳିତା ସଂସ୍କାର ସେତୁ ନିର୍ମାଣ ଅପୂର୍ବ ଶିକ୍ଷା
ବିମାତା ଗୌତମୀ ସୂତ୍ରେ ନାମ ଗୌତମ ଅର୍ଜିଲେ ଜୀବନ ଦର୍ଶନ ପୂର୍ଣ୍ଣ ପବିତ୍ର ଦୀକ୍ଷା
ନିରଞ୍ଜନା ତଟ ବିମୁଗ୍ଧ
ବୋଧିଦ୍ରୁମ ପୁଣ୍ୟ ସ୍ପର୍ଶା ଯୋଗ ସନ୍ଦିଗ୍ଧ ।୫ ।

ଅଷ୍ଟାଦଶ ବର୍ଷେ ପାଦ ନଭେ ଦୀପ୍ତ ଚନ୍ଦ୍ରାଲୋକ ଅଶାନ୍ତି ର ନିର୍ବାସନ ଶାନ୍ତି ର ସ୍ରୋତ
ମାୟା ତେଜି ଭାବମୂର୍ତ୍ତି ଭବ କଷଣ ଉପେକ୍ଷି
ବହନ ଗହନ ବନ ମନ ଚଞ୍ଚଳ
ଜ୍ଞାନାଞ୍ଜନ ସନ୍ଧାନ ଆଶେ
ନିରଞ୍ଜନା ତଟ ସ୍ନାତ ଜ୍ୟୋତି ବିକାଶେ ।୬

ଦୁର୍ଲଭ ଗହନ ଜ୍ଞାନ ଯୋଗଜନ୍ମା ଶୁଦ୍ଧୋଦନ
ନିର୍ବାଣ ଦୁର୍ଗର ଗାଥା ଅଙ୍କିତ କଲେ
ଯୋଗ ମାର୍ଗେ ମଗ୍ନ ମନ ଦିବ୍ୟ ଲବ୍ଧ ଶୂନ୍ୟ ଧ୍ୟାନ ଅଷ୍ଟାଙ୍ଗ ଯୋଗ ବାରତା ଦେଲେ ସହାସ୍ୟେ
ଯୋଗ ଜନ୍ମା ବୁଦ୍ଧତ୍ତ୍ଵ ପ୍ରାପ୍ତି
ବୌଦ୍ଧ ଧର୍ମ ପ୍ରଚାରରେ ପାଇଲେ ତୃପ୍ତି | ୭।

କରିଲେ ଜୀବନ ଚର୍ଯ୍ୟା ଲେଖିଲେ ଯୋଗ ସଂହୀତା ଦୁଃଖ ର କାରଣ କଥା ପ୍ରଚାର କଲେ
କାମନା ରହିତ ମନ ଚିର ଶାନ୍ତି ଉପବନ
ଜ୍ଞାନ ଗାରିମା ପ୍ରଲୁବ୍ଧ ଗ୍ରନ୍ଥ ରଚ଼ିଲେ
ଜୀବନ ମୁକ୍ତିର ମନ୍ତର
ଉଚ୍ଚାରଣ କରି ବୁଦ୍ଧ ହେଲେ ଅମର ।୮ ।

ଯୋଗ ଜନ୍ମା ମୋକ୍ଷ ସୂତ୍ରୀ ଜ୍ଞାନ ର ଅଲିଭା ଜ୍ୟୋତି ପ୍ରଜ୍ଜ୍ଵଳିତ ଶିକ୍ଷାମନ୍ତ୍ର ସ୍ଫୁଲିଙ୍ଗ ତେଜ
ସମାଜ ତିମିର ନାଶ ବିଶ୍ଵେ ବୁଦ୍ଧ ବାଣୀ ଶ୍ରେଷ୍ଠ ସମାଜ କୁ ଦାନ କଲେ ଜ୍ଞାନ ପୁସ୍ତିକା
ଯୋଗଜନ୍ମା ଙ୍କର ସେ ବାଣୀ
ଦୁଃଖର ଖଣିରେ ଦେଲେ ନିର୍ବାଣ ମଣି ।୯

ଦର୍ଶନେ ଦିବ୍ୟ ସ୍ୱରୂପ ଯୋଗୀ ସିଦ୍ଧ ସମାପକ
ଦୟା, କ୍ଷମା,ସତ୍ୟ, ପ୍ରେମ, ଅହିଂସା ନୀତି
ଜୀବନ ଲକ୍ଷ୍ୟ ଦର୍ଶନ ମୋକ୍ଷ ନିର୍ବାଣ ଆହ୍ବାନ
ଅନୁଭୂତି ଜ୍ଞାନ ବାଣ୍ଟି ଦେଲେ ଆହ୍ବାନ
ତ୍ୟାଗୀ ଯୋଗୀ ଶୁଦ୍ଧ ବ୍ୟକ୍ତିତ୍ଵ
ବୋଧିଦ୍ରୁମ ତଳେ ସିଦ୍ଧ ସେ ବୋଧିସତ୍ତ୍ଵ ।୧୦ l


Rate this content
Log in

Similar oriya poem from Classics