STORYMIRROR

Sarojini Mishra

Inspirational

3  

Sarojini Mishra

Inspirational

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

1 min
16

ଜୀବନ ଯୁଦ୍ଧ ର ରଣାଙ୍ଗନ ପରା
ଏଇ ଆମ ମନୋଭୂମି
ବିନା ଅସ୍ତ୍ରଶସ୍ତ୍ରେ ଅହ ରହ ଜୀବ
ଯୁଦ୍ଧ ଜିତିବାରେ ଭ୍ରମି ।୧

ଜୀବନ ଯୁଦ୍ଧ ର ଆଲିସାନ୍ ଘର
ଜିତିବା ପୋଷ୍ଟର ଟଙ୍ଗା
କେଜାଣି କାହିଁକି ପ୍ରଶ୍ନ ର କୋଥଳୀ
ଆନନ୍ଦ ଘରଟା ଭଙ୍ଗା ।୨

ଜୀବନ ଯୁଦ୍ଧରେ କିଏ ଖୋଜୁଅଛି
ଅଛି ଅଛି ମଧ୍ୟେ ନାହିଁ
ଭଙ୍ଗା ଚାଳ ତଳେ କିଏ ପୁଣି ଦେଖ
ଶାନ୍ତି ହସ ଯାଏ ବହି ।୩

ଜୀବନ ଯୁଦ୍ଧରେ କିଏ ସେ ହାରିଲା
କିଏ ବା ଜିତିଲା କୁହ
ଜିତିବା ହାରିବା ସଂଜ୍ଞା ଜଣାନାହିଁ
ସ୍ୱଚିନ୍ତାରେ ମହ ମହ ।୪

ଜୀବନ ଯୁଦ୍ଧର ଗୋଟେ ପଟେ ଦେଖ
ବୃଦ୍ଧାଶ୍ରମେ ଝରେ ଲୁହ
ଅନ୍ୟ ପଟେ ମଧ୍ୟ ଅସରା ଶ୍ରଦ୍ଧାରେ
ବିତେ ପିତା ମାତା ସହ I୫

ଜୀବନ ଯୁଦ୍ଧଟା ହୁଏ ମାରାତ୍ମକ
ତୁଳନା ର ରଣାଙ୍ଗନେ
ଲୋଭ ମାୟା ମୋହ ହିଂସା ଦ୍ୱେଷ ମିଶି
ଲକ୍ଷ୍ୟ ଭ୍ରଷ୍ଟ ହୋଇ ଭ୍ରମେ । ୬

ଜୀବନ ଯୁଦ୍ଧରେ କିଏ ପ୍ରତିଦ୍ବନ୍ଦୀ
ସେ କଥା ତ ଜଣା ନାହିଁ
ମନେଚେତନ ରେ ସୁକର୍ମ ଭରିଲେ
ଅଶାନ୍ତି ଯାଏ ଦୂରେଇ ।୭

ଜୀବନ ଯୁଦ୍ଧ ରେ ନିଜ ସଙ୍ଗେ ଯୁଦ୍ଧ
ଗଢେ ମଣିଷ ପଣିଆ
ଘସି ମାଜି ହୋଇ ଅଗ୍ନିରେ ଗାଧୋଇ
ହୁଅଇ ମୂଲ୍ୟ ଗହଣା ।୮

ଜୀବନ ଯୁଦ୍ଧର ଆତ୍ମିକ ଆନନ୍ଦ
ସ୍ବ-ଯୁଦ୍ଧରୁ ମିଳିଥାଏ
ଜୀବନ ଯନ୍ତ୍ରଣା ଅଳିକ ଶବ୍ଦର
ତିରୋଧାନ ହୋଇଥାଏ ।୯

ଜୀବନେ ଭରିଲେ ଯୁଦ୍ଧ ଉପାଦାନ
ଯୁଦ୍ଧରୁ କଷ୍ଟ ମିଳିବ
ନିଜ ସଙ୍ଗେ ଲଢ଼ି ଜୀବନ ଗଢ଼ିଲେ
ଶାନ୍ତି କପୋତ ଉଡିବ ।୧୦

ଜୀବନ ଯୁଦ୍ଧରେ ଧୈର୍ଯ୍ୟର ଅସ୍ତ୍ରରେ
ସତ୍ୟ, ଧର୍ମ , ରଣାଙ୍ଗନେ
କର୍ତ୍ତବ୍ୟ ପାଳନେ ଆଗକୁ ବଢିଲେ
ଜିତିବା ସନ୍ତୋଷ ପ୍ରାଣେ ।
 


Rate this content
Log in

Similar oriya poem from Inspirational