STORYMIRROR

Sarojini Mishra

Action

4  

Sarojini Mishra

Action

ତୁମେ ବୁଝି ପାରୁନ

ତୁମେ ବୁଝି ପାରୁନ

1 min
19


ତୁମେ ତ ଅନର୍ଗଳ ବରଷୁଛ
ତା ଉପରେ
ତୁମର ଚେତନାରେ ତୁଳନାର ବିଷ
ତୁମକୁ ଖିନ୍ ଭିନ୍ କରି
ତୁମର କୋମଳତାକୁ ନଷ୍ଟ କରୁଛି
ହେଲେ
ହେଲେ ତୁମେ ବୁଝି ପାରୁନ ।

ତୁମେ ବୁଝି ପାରୁନ ତୁମର ବାଣୀ
କିପରି ତୁମର ସାମ୍ନା ରେ
ଥିବା ମଣିଷଟିକୁ ତଳି ତଳାନ୍ତ କରି
ତା ମନ ଅଗଣାରେ
ଅପ୍ରକାଶ୍ୟ ଅକୁହା ବେଦନାର
ଝୋଟି ପକାଉଛି ।

ତୁମ ଚ଼େତନା ନକାରାତ୍ମକତା ର
ବେଷ୍ଟନୀରେ ଛନ୍ଦି ହୋଇ
ତୁମକୁ ପ୍ରଥଭଷ୍ଟ କରୁଛି
ହେଲେ !
ହେଲେ ତୁମେ ବୁଝି ପାରୁନ
ଭୁଲ୍- ଠିକ୍ ଆଉ ନ୍ୟାୟ-ଅନ୍ୟାୟର
ପଶାପାଲିକୁ ।

ତୁମେ ବୁଝି ପାରୁନ
ସେ ବିଷର ଜ୍ଵାଳା ତୁମ ଭିତରର
ସୀମା ସରହଦ ପାରି ହୋଇ
ଯେଉଁ ବିସ୍ଫୋରଣ ସୃଷ୍ଟି କରୁଛି
ସେଥିରେ କ୍ଷତାକ୍ତ
ହେବାର ଆର୍ତ୍ତଚ଼ିତ୍କାର
କାହା ମନରେ ଅଦେଖା
ହୋଇ ରହିଯାଉଛି
ତୁମେ ଦେଖି ପାରୁନ
ସେ ଆଖିର ଅଦେଖା ଲୁହକୁ
ଆଉ
ବୁକୁ ତଳ ନିଃଶବ୍ଦ କୋହକୁ ।

ହଁ ଥରେ ମଣିଷ ହୋଇ ଭାବି ଦେଖ
ଥରେ ନକାରାତ୍ମକ ବଳୟକୁ ଭାଙ୍ଗି
ବାହାରି ଆସି
ନିଜକୁ ଖୋଜି ଦେଖ
ଦେଖିବ-
ତୁମ ଅସ୍ତିତ୍ୱ କିପରି ଦିଗହଜା ।

ତୁମେ ଏତିକି ଖାଲି ମନେରଖ
ତୁମ କର୍କଶତା, ତୁମ ଆକ୍ରୋଶକୁ
ଅଣ୍ଟିରେ ପୁରାଇ
ଯିଏ ତୁମକୁ ପ୍ରେମ ଦେବାରେ
ପଛକୁ ଫେରିନି
ତା ଠାରୁ ଅଧିକ ପ୍ରେମ
ତୁମକୁ କେହି ବି କରି ପାରିବେନି
କେହି ବି କରି ପାରିବେନି ।




Rate this content
Log in

Similar oriya poem from Action