STORYMIRROR

Sarojini Mishra

Classics

4  

Sarojini Mishra

Classics

ଶୀତ ସକାଳ କାଳିଆ ମନ୍ଦିରେ ଲାଗିଛି ଭିଡ଼

ଶୀତ ସକାଳ କାଳିଆ ମନ୍ଦିରେ ଲାଗିଛି ଭିଡ଼

1 min
0


ଘାସ ଚାଲିଚା ରେ ଭବ୍ୟ ଉପହାର
ପ୍ରକୃତି ଦେଇଛି ବାଢ଼ି
କାକର ମୁକୁତା ଛିଆଣି କୁ ଦେଖି
ମନ ଭଠୁଥାଏ ପୁରି ।


କୁଜ୍ଝଟିକା ଘେରା ପୃଥିବୀ ହୃଦୟେ
ଦିଶଇ ଜଗାର ମୁହଁ
ଘୋଡ଼ଲାଗି ବେଶେ ଶୀତ ବସ୍ତ୍ର ପିନ୍ଧି
ଜାଡ଼େ କି ଥରୁଛି ଦେହ ।


ଜାଡ଼ ମାଡ଼ ଛାଡି ଉକତଙ୍କ ଭିଡ଼
ଖାଇବାକୁ ବେତ ମାଡ଼
ହେମ ବାତ ଶତ ବହୁଛି ନିୟତ
ହେଲେ ମନ୍ଦିରରେ ଭିଡ଼ ।


ଧନୁସଂକ୍ରାନ୍ତି ରେ ମାତା ବାପ ଘରେ
ମନ୍ଦିରେରେ ଗୋପ ଲୀଳା
ମାତା ଯଶୋମତି ଶ୍ରଦ୍ଧାର ରାନ୍ଧଣା
ପହିଲି ଭୋଗ ହୋଇଲା ।


ସକାଳୁ ସକାଳୁ ମାତାଙ୍କ ରନ୍ଧନ
ବାତ୍ସଲ୍ୟ ପ୍ରେମର ଧାରା
ସେ ଧାରାରେ ଭକ୍ତ ହୁଅନ୍ତି ଆପ୍ଳୁତ
ମନ୍ଦିରେ ଭକତ ଘେରା ।


ଧନୁ ରୁ ମକର ମାତାଙ୍କ ରାନ୍ଧଣା
ଜଗାର ତୃପ୍ତିର ହସ
ଜଗା ଦରଶନ ପ୍ରସାଦ ସେବନ
ଭକତ କରନ୍ତି ଆସ ।


ସବୁ ଯୁଗ କଥା କାଳିଆ ମନ୍ଦିରେ
ଶୀତରେ ଗୋପ ର ପ୍ରଭା
ପହିଲି ଭୋଗର ନିଆରା ତୃପ୍ତିକୁ
ପାଇବାକୁ ଭକ୍ତ ଉଭା ।


କାକର ମକର ଧନୁମୁଆଁ ମଜା
ଶୀତ ରେ ମନ୍ଦିର ଭିଡ଼
ଶୀତ କାକରରେ ଭକତ ନ ଡରେ
ମନ୍ଦିର କୁ ତାର ମୋଡ଼ ।


ଶିଶିର ଶୀତକୁ ଖାତିରି ତ ନାହିଁ
କୁହୁଡ଼ିକୁ କିବା ଡର
ମଙ୍ଗଳ ଆଳତୀ ଫେଡ଼ି ଦେବ କ୍ଳାନ୍ତି
ଭକ୍ତ ହୁଏ ତର ବର ।


ଘନ କୁହୁଡ଼ରେ ମନ୍ଦିର ଅଦୃଶ୍ୟ
ମନ୍ଦିର ଦୁଆରେ  ଜନ
ଭକ୍ତ ମନୋରଥ ପହିଲି ଭୋଗରେ
ବେଶ ଦର୍ଶନରେ ମନ |


ଗ୍ରୀଷ୍ମ ତପ୍ତରରେଖା ବାରିଦ ବରଷା
ଅବା ଶୀତ ପ୍ରାବଲ୍ୟତା
ସବୁ ବେଳେ ଜଗା ମନ୍ଦିର ଦୁଆର
ଭକ୍ତ ନେଇ ସୁନ୍ଦରତା ।



Rate this content
Log in

Similar oriya poem from Classics