ଅନୁଭୂତି ମୋତି
ଅନୁଭୂତି ମୋତି
ମୃତ୍ୟୁର ଅପେକ୍ଷା ଜୀବନ ସମୀକ୍ଷା
କିଏ କରୁଅଛି ନିରବ ମନ୍ତ୍ରେ
ଶୈଶବ ଆଖି ଯେ ସପନ ର ଖଳା
ଜୀବନ ଅବୁଝା ମଜ୍ଜେ ସ୍ୱତନ୍ତ୍ରେ ।
ନିଜ ସପନ ଓ ଇଚ୍ଛାର ପେଡିଟା
ଅନୁଭବ ଅଳଙ୍କାରେ ଭରିଲେ
ପଥ ଚାଲିବାଟା ନିଶ୍ଚୟ ସହଜ
ସମ୍ମାନ ବରଷା କରି ଚାଲିଲେ ।
ଆସାମର୍ଥ୍ୟ ପାଇଁ ସାମର୍ଥ୍ୟର ରାହା
ଅନାବନା ମନେ କଅଁଳ ସ୍ପର୍ଶ
ଦେଇ ଗଲେ ମନ ସନ୍ତୋଷେ ଭରିବ
ଜୀବନ ହୋଇବ ସୁନ୍ଦର ଦୃଶ୍ୟ ।
କର୍ତ୍ତବ୍ୟକୁ ରାହା କର୍ମର ଫୁଆରା
ଅନୁଭୂତି ପରା ଅମୂଲ ମୂଲ
ଅନୁଭୂତି ମୋତି ଅନୁଭବ ଜ୍ୟୋତି
ଜୀବନ କରଇ ଯେ ସମତୁଲ ।
ଜୀବନ ରାସ୍ତାର ଖାଲ ଖମା ପାରି
ଜୀବନ ଗଛର ଅମୃତ ଫଳ
ଅନୁଭୂତି ଦେବ ଦିଗ୍ ଦର୍ଶନ ଧାରା
ହସୁଛି ମୁଣ୍ଡରେ ପାଚିଲା ଚୁଳ ।
ଘର ଅଗଣାର ପାଚିଲା ଚୁଟିରେ
ପରିବାର ଗାଁ ଗଳପ ଲେଖା
ସେ ଗଳ୍ପ ଦେଖାଏ କଳ୍ପର ଠିକଣା
ଜୀବନେ ଅମୂଲ୍ୟ ଦୀପର ଶିଖା ।
