STORYMIRROR

Amulya Kumar Nayak

Inspirational Others

4  

Amulya Kumar Nayak

Inspirational Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
193

ଶୁଖିଗଲା ପରେ ଅଲୋଡା ପାଶୋରା

    ଜୀବନଟା ଜଉଘର

ଲିଭି ଲିଭି ଯାଏ ଅତୀତ ଯୌବନ

    ସାଜେ ଶୁଖିଲା ପତର । (୧)

ଫେରି ଚାହିଁବାର ବେଳ ବି ନଥାଏ

    ନିୟତିର ଲୀଳା ଖେଳ

କୁଆଁ କୁଆଁ ରାବ କଳଁଅ ମନଟା

     ହୁଏ ଡହଳ ବିକଳ। (୨)

ବୟସକୁ କିଏ ବାନ୍ଧି ପାରିଅଛି

     ସାତ ରଂଗ ସାତ ସୁରେ

ଦୁନିଆଟା ପରା ଦୁଇ ଦିନେ ବନ୍ଧା 

    କିଏ କାନ୍ଦେ କେତେ ସୁରେ । (୩)

ଛାଇ ବି ଦେଇଛି ହାଇବି ମାରିଛି

     ସଜେଇଛି ନିଜ ଘର

ବାଟୋଇ ଦେଖିଛି ବାଟ ଓଗାଳିଛି

     ସବୁ ଏବେ ସାତପର । (୪)

ଝଡ ବତାସର ଜଞ୍ଜାଳ ସହିଛି

      ରହି ଡାଳ କେନା ସାଥେ

ସମାଜ ମୁକୁରେ ଦେଖେ ପ୍ରତିଛବି

      ସଜେଇ ନିଜକୁ କେତେ । (୫)

ଚୁନା ଚୁନା ମୋର ଭାବନାରେ କେତେ

       ଅଭାବ ବାନ୍ଧିଛି ବସା

କହିନାହିଁ ଖୋଲି ଶୁଖି ମୁଁ ଗଲିଣି

     ହେବି କାଳେ ଲୋକ ହସା । (୬)

ଋତୁ ପରି ଏଠି ବୟସ ବଦଳେ

      କଞ୍ଚାରୁ ହୁଏ ପାଚିଲା

ପାଚିଲାରୁ ଶୁଖି ମାଟି ମୁଁ କାମୁଡେ

      ଏ'ତ ନିୟତିର ଖେଳା । (୭)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational