STORYMIRROR

Amulya Kumar Nayak

Tragedy

3  

Amulya Kumar Nayak

Tragedy

ମିଷ୍ଟ୍ରି

ମିଷ୍ଟ୍ରି

1 min
392

ମମିତାକୁ ଏବେ ''ମମି'' କରିବାକୁ

  ଖୋଳି ଦେଇଥିଲେ ଗାତ

ନଗଦ "ରାବଣ ପୋଡି" ପାଳିଥିଲେ

  ଥିଲା ଦଶହରା ଯାତ ।।


ମୁଖେ ବୋଲୁଥିଲେ ରାମ ରାମ ନାମ

  ଅନ୍ତର ରାବଣା ଭୂତ

ମିଛେ ଖାଲି ନଡା ପୁତୁଳା ବିଚରା

  ପୋଡିହେଲା ଭସ୍ମୀଭୂତ ।।


ଜୀଅନ୍ତା ରାବଣ ଲହ ଲହ ଜୀହ୍ୱା 

  ବୁଲୁଛନ୍ତି ମାଳ ମାଳ

ଇତିଶ୍ରୀ ବେବିନା ପରି ମମିତାକୁ

   କରୁଛନ୍ତି ଚଉରଳ ।।


ଡାଲି ଖଣି ପାଣି ପୁରୁଣା କାହାଣୀ

  କରୁନାହିଁ ତାଙ୍କୁ କାଟୁ

କୁସୁମ ବୁକୁରେ ଉଷୁମ ଖୋଜନ୍ତି

  ଦେହରେ ଲଗାଇ ଟାଟୁ ।।


କରୋନାକୁ ଯିଏ ନାତ ମାରିଛନ୍ତି

  ମୁହେଁ ବାନ୍ଧିଦେଇ ପଟି

କୋର୍ଟ କଚେରୀ ତାଙ୍କ ହାତେ ସବୁ

  କିଏ ବା ପାରିବ ସାଣ୍ଟି ।।


ବଉଳା ଗାଈର ବେଳ ପଡିଅଛି

  ବାଉଳା ହୁଅଇ ଯେଣୁ

ମାଆ ଡାକ ଏବେ ଭୁଲୁଛି ଜନନୀ

  ଲୁହ ଟୋପା ଗଣୁ ଗଣୁ ।।


ମୋହରି ଓଡିଶା ମୋର ପରିବାର

  ସଭିଏଁ ମୋ ଭାଇ ଭଉଣୀ

ମୁଖିଆ ବନିଛି ମୁଖଶାଳା ଏଠି

  ଜାଣେନି ମନ୍ଦିର କାହାଣୀ ।।


କେତେ କେତେ ମିଷ୍ଟ୍ରି ହୋଇଲାଣି ହିଷ୍ଟ୍ରି

  ଓଡିଶା ରାଇଜ କୋଳେ

ଚଣ୍ଡାଶୋକ କ'ଣ ଧର୍ମାଶୋକ ହେବେ

  କାରୁବାକି କାର୍ଯ୍ୟ ବଳେ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy