STORYMIRROR

Amulya Kumar Nayak

Romance

3  

Amulya Kumar Nayak

Romance

ଅଭୁଲା ସ୍ବପ୍ନ

ଅଭୁଲା ସ୍ବପ୍ନ

1 min
189


ମନ ମଧୁମୟ ତନୁ ମଧୁମୟ

   ମଧୁମୟ ଯେବେ ସ୍ବପ୍ନ

ସେ ସ୍ବପ୍ନ ଦେଖାଏ ଜୀଇଁବାର ବାଟ

   ଅଭୁଲା ତାହାର ଗୁଣ (୧)

ଅପେକ୍ଷା ଅପେକ୍ଷା ଅନେକ ଅପେକ୍ଷା

   ଅପେକ୍ଷାର ଘଟେ ଅନ୍ତ

ଏ ଅନ୍ତରେ ତମେ ଭରି ଦେଇଯାଅ

   ପ୍ରୀତିର ଫଗୁ ବସନ୍ତ (୨)

କହି ଦେଇଯାଅ କେତେ କେତେ ବ୍ଯଥା

   ସାଇତି ଥାଅ ଯା ମନେ

ଏ ମନ ହାଲକା ହୋଇଯାଏ ଯେଣୁ

   କେତେ ଆପଣାର ପଣେ (୩)

ସକାଳ ନହେଉ ରାତି ଶୋଇଥାଉ

   ତମେ ଆସୁଥାଅ ପ୍ରିୟା

କାନକୁହା କଥା କହୁଥାଅ ବସି

   ଲାଗେ ତମ ମୋହ ମାୟା (୪)

ଅଳପ ଅଳପ ଆଳାପରେ ତମେ

   ଗଢିଦିଅ କାହାଣୀଟେ

ସେ କାହାଣୀରେ ଆମ ଏଇ ଦୁଇ ମନ

    ପ୍ରୀତିଫୁଲ ପରି ଲଟେ (୫)

ଭୁଲିହୁଏ ସିନା ଜୀବନର ବ୍ଯଥା

    ଭୁଲି ହୁଏନି ତୋ ମନ

ବୟସ ବଢିଲେ ବାଟ ପେଟ ବଢେ

    ସ୍ମୃତି ତୋ ଅଭୁଲା ସ୍ବପ୍ନ (୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance