STORYMIRROR

Amulya Kumar Nayak

Tragedy Others

4  

Amulya Kumar Nayak

Tragedy Others

ସ୍ମୃତିରେ ପାଟଦେଈ

ସ୍ମୃତିରେ ପାଟଦେଈ

1 min
230


"କଥା-କସ୍ତୁରୀ"ର ମହକ ବାଣ୍ଟିଲ

    ପାଟରାଣୀ "ପାଟଦେଈ"

"ସବୁଜ ଅରଣ୍ଯ" "ସାୟାହ୍ନର ସ୍ବର"

    "ଅନ୍ଧକାରର ଛାଇ" ।।


ଜନ୍ମ "ଜନ୍ମାନ୍ତର" କାଳ "କାଳାନ୍ତର"

   "ପାଚେରୀ ସେପଟ ନଈ"

ତମ ହସୁନାହଁ "ଚରିତ୍ର ହସୁଛି"

    ବିଚିତ୍ର ଏ ଜନ୍ମ ଭୁଇଁ ।।


"ଅପହଞ୍ଚ ଏଇ ଆକାଶ" ଛାତିରେ

    "ଦୃଶ୍ଯାନ୍ତର" ତୁମ "କ୍ରାନ୍ତି"

"ଶକୁନିର ଚକା" ଖେଳଚାଲେ ପକା

    "ବହ୍ନି ବଳୟ"ର ଭ୍ରାନ୍ତି ।।


ମହ ମହ ତୁମ ଗହ ଗହ ତୁମ

    ବିଚିତ୍ର ତୁମ ଜୀବନ

ମଣିଷର ବ୍ଯଥା ପ୍ରେମ ନୀରବତା

    ଥିଲା ତୁମରି ସ୍ପନ୍ଦନ ।।


"ତଟିନୀର ତୃଷ୍ଣା" "ମନସ୍ବିନୀ" ଭାଷା

    "ନବତରଙ୍ଗ"ର ଢେଉ

"ଅଶ୍ରୁ ଅନଳ" କିଏ ଲିଭାଇବ

    ଜୁଇ ଜଳେ ହୁଉ ହୁଉ ।।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy