ନାଗରିକ
ନାଗରିକ
ଭାଗବତରେ ତିନି ପୁତ୍ର। ବର୍ଣ୍ଣନା କଲେ ବିପ୍ରବର।।
ପିତାର ମନ ଜାଣି କରେ। ଉତ୍ତମ ପୁତ୍ର ସେ ବେଭାରେ।।
ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ।ମଧ୍ୟମ ପୁତ୍ର ସେ ବୋଲାଇ।।
ଶ୍ରଦ୍ଧା ବିହୁନେ ଯେଉଁ ପାଳେ। ଅଧମ ପୁତ୍ର ଏ ସଂସାରେ।।
ଏତିନି ଶାସ୍ତ୍ରେ ଅଛି ଲେଖା। ନୂତନ ପ୍ରକାର ଅପେକ୍ଷା।।
ଆଜ୍ଞା ଯେ ପାଳନ ନ କରେ।କେଉଁ ପୁତ୍ରର କର୍ମ କରେ!!
ପିତାକୁ କରେ ଆଜ୍ଞାକାରୀ। ନରାଧମ ପଦ ବିହରି।।
ପିତାଙ୍କୁ ଝିଙ୍ଗାସ ବଚନ। ସହଜ ନରକ ଗମନ।।
ବ୍ୟସ୍ତତା ଆଳ କରି ସାକ୍ଷୀ। ଜରା ନିବାସେ ପିତା ରଖି।।
ଏ ଆଧୁନିକ ପୁତ୍ର ଭେଦ। ପିତର ମଣନ୍ତି ପ୍ରମାଦ।।
ପୁତ୍ର ଟି ଆତ୍ମଜ ପ୍ରାମାଣ। ସବୁ ଏ ମନର ଭିଆଣ।।
ଧନ ସଂଗ୍ରହ ଉଚ୍ଚ ଆଶା। ପୁତ୍ରକୁ କୁପଥର ଦିଶା।।
ଉତ୍ତମ ଚରିତ୍ର ଗଠନ। ନୁହେଁ କି ପିତା କର୍ମ ମାନ।।
ଆଚରଣ ରୁ ଉଚ୍ଚାରଣ। ସନ୍ତାନେ କରୁ ମୁହ୍ୟମାନ।।