STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ନାଗରିକ

ନାଗରିକ

1 min
278


ଭାଗବତରେ ତିନି ପୁତ୍ର। ବର୍ଣ୍ଣନା କଲେ ବିପ୍ରବର।।

ପିତାର ମନ ଜାଣି କରେ। ଉତ୍ତମ ପୁତ୍ର ସେ ବେଭାରେ।।


ଶ୍ରଦ୍ଧାରେ ଆଜ୍ଞା ଯେ ପାଳଇ।ମଧ୍ୟମ ପୁତ୍ର ସେ ବୋଲାଇ।।

ଶ୍ରଦ୍ଧା ବିହୁନେ ଯେଉଁ ପାଳେ। ଅଧମ ପୁତ୍ର ଏ ସଂସାରେ।।


ଏତିନି ଶାସ୍ତ୍ରେ ଅଛି ଲେଖା। ନୂତନ ପ୍ରକାର ଅପେକ୍ଷା।।

ଆଜ୍ଞା ଯେ ପାଳନ ନ କରେ।କେଉଁ ପୁତ୍ରର କର୍ମ କରେ!!


ପିତାକୁ କରେ ଆଜ୍ଞାକାରୀ। ନରାଧମ ପଦ ବିହରି।।

ପିତାଙ୍କୁ ଝିଙ୍ଗାସ ବଚନ। ସହଜ ନରକ ଗମନ।।


ବ୍ୟସ୍ତତା ଆଳ କରି ସାକ୍ଷୀ। ଜରା ନିବାସେ ପିତା ରଖି।।

ଏ ଆଧୁନିକ ପୁତ୍ର ଭେଦ। ପିତର ମଣନ୍ତି ପ୍ରମାଦ।।


ପୁତ୍ର ଟି ଆତ୍ମଜ ପ୍ରାମାଣ। ସବୁ ଏ ମନର ଭିଆଣ।।

ଧନ ସଂଗ୍ରହ ଉଚ୍ଚ ଆଶା। ପୁତ୍ରକୁ କୁପଥର ଦିଶା।।


ଉତ୍ତମ ଚରିତ୍ର ଗଠନ। ନୁହେଁ କି ପିତା କର୍ମ ମାନ।।

ଆଚରଣ ରୁ ଉଚ୍ଚାରଣ। ସନ୍ତାନେ କରୁ ମୁହ୍ୟମାନ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational