ଏଇ ତ ଜୀବନ....
ଏଇ ତ ଜୀବନ....
ବନ୍ଧୁତ୍ୱ ଏକ ସମ୍ପର୍କର ନାମ ,
କେବେ କେବେ ପ୍ରବଞ୍ଚନା ସୃଷ୍ଟି କରେ ଭ୍ରମ .
ସଭିଙ୍କ ହୃଦୟ ଭିନ୍ନ ଭିନ୍ନ ,
କିନ୍ତୁ ହୃଦ ବନ୍ଧା ଡୋରି ଅଭିନ୍ନ .
ମନ ମିଶିଗଲେ ଲାଗେ ସବୁ ଭଲ ,
କିନ୍ତୁ ଅମାନିଆ ମନ କେବେ ମାନେ ନାହିଁ ବୋଲ .
ସମ୍ପର୍କରେ କପଟତା ଅଟେ ବିଷଧର ସର୍ପ ସମ ,
କେବେ ଯେ ଦଂଶନ କରେ ସୃଷ୍ଟି କରି ଅନେକ ଭ୍ରମ .
ବନ୍ଧୁ କେବେ ପିନ୍ଧେ ନାହିଁ କପଟର ମୁଖା,
ସେ ତ ନିର୍ମଳ ମନେ କରେ ସମ୍ପର୍କର ରକ୍ଷା .
ଅହଙ୍କାର ମିଥ୍ୟା ନୁହେଁ ତାର ଅଳଙ୍କାର ,
ଗଢେ ନା ସେ ମାୟାଜାଲ ଲଂଘି ସୀମା ବନ୍ଧୁତ୍ୱର .
ନିଃସ୍ଵାର୍ଥ ବନ୍ଧୁତ୍ୱ ର ନାହିଁ ପଟାନ୍ତର ,
ନିବିଡ ଓ ସକତେ ବନ୍ଧା ହୃଦ ଡୋର ଏ ସମ୍ପର୍କର .
ଅତୀତ ଯେ ସଙ୍ଗେ ଥାଏ ସ୍ମୃତି ହୋଇ ,
ବର୍ତ୍ତମାନ ସୁନ୍ଦର ହୁଏ ବନ୍ଧୁଙ୍କର ମେଳ ପାଇ.
ନୁହେଁ ସେ ମୁଖାଧାରୀ ସ୍ୱାର୍ଥପର ବୁଝେ ଏ ସମ୍ପର୍କ ,
ଦେଖେ ସବୁ ବାଣ୍ଟି ଚାଲେ ସୁନ୍ଦର ସମ୍ପର୍କର ଅର୍କ .
ସମୟ ଯେ ସବୁ ଦେଖେ ଚେତେଇ ବି ଦିଏ ,
ତା ସ୍ରୋତରେ ସବୁ ଭାସି ଯାଏ କିନ୍ତୁ ସ୍ମୃତି ରହି ଯାଏ.
ଦୂରେ ରହି କିଏ ଖୋଜେ କିଛି ସ୍ମୃତି ବାଲ୍ୟବନ୍ଧୁ ମେଳିର ,
ତଥାପି ସେ ଦୂରେ ଥାଇ ଆନନ୍ଦେ ବିଭୋର ଛବି ଦେଖି ମେଳର.
ପାଶେ ଥାଇ କିଏ ହୁଏ ଆତ୍ମହରା କହେ "ଏଇ ତ ଜୀବନ",
ସମୟକୁ ସାକ୍ଷୀ ରଖି ଦେଖିବାକୁ ଅପେକ୍ଷାରେ ଆଗାମୀ ମେଳିର ଦିନ .
ହସ ଗୀତ କବିତା ଗଳ୍ପ କିଛି ଅନୁଭୂତି ,
ସବୁ କିଛି ବାଣ୍ଟି ହୁଏ ବନ୍ଧୁ ସଙ୍ଗେ ହୋଇ ତ ଏକାଠି.
ମୃତ୍ୟୁ ବରିବାକୁ ଯେବେ ହୋଇଥିଲା ମନ ,
ବନ୍ଧୁ ସଙ୍ଗ କିନ୍ତୁ ବଢ଼ାଇଛି ଦେଖିବାକୁ ବଞ୍ଚିବା ସପନ.
ବଞ୍ଚିବାର ମାନେ କେବେ ଖୋଜେ ନାହିଁ ମନ ,
କିଛି ସ୍ମୃତି କିଛି ସମ୍ପର୍କ ," ଏଇ ତ ଜୀବନ ".
