STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

ସମ୍ବୋଧନ ମୂଳକ କବିତା:# ଆକାଶ #

ସମ୍ବୋଧନ ମୂଳକ କବିତା:# ଆକାଶ #

1 min
252


ବିସ୍ତାରିତ ନିଳ ଅନନ୍ତ ଗଗନେ

     କିଛି ତ ନୁହେଁ ତାହାର

ନିଜସ୍ୱ ରଙ୍ଗ ବା ନିଜର ଆକାର

   କିଛି ନୁହେଁ ଆପଣାର ।।


ସବୁ ନିଃସ୍ୱତାର ସତ୍ତ୍ୱେ ପରା ଏଇ

   ଆକାଶ କେତେ ବିନମ୍ର

ବିଶାଳତା କମ୍ ପଡେ ମାପିବାକୁ

   ମହାନତା ପାଖେ ତାର ।।


ଆକାଶର ଶାନ୍ତ ଉଲଗ୍ନ ଶରୀରେ

     ମହାଶୂନ୍ୟ ଢାଙ୍କିଥାଏ

ନିଲାଭ ସୁଷମା ପ୍ରଭାତ ପ୍ରଦୋଷେ

     ନିତି ମନ ମୋହିନିଏ ।।


ସୂର୍ଯ୍ୟ ବୋଳିଦିଏ ପ୍ରେମର ନାଲିମା

     ଆକଶର ବୁକୁପରେ

ଦିବସରେ ଭାନୁ ବିଞ୍ଚିଦିଏ ପ୍ରାଣେ

    ଉଷ୍ମତାର ପାରାବାରେ ।।


ଶୀତଳତା ଭରି ପ୍ରାଣୀ ହୃଦୟରେ

     ଜ୍ୟୋତ୍ସ୍ନାକୁ ବିଛାଡି ଥାଏ

ରାତ୍ରୀର ଚନ୍ଦ୍ରମା ରୋଷଣୀ କରିଣ

   ଆଶା ଯେତେ ଭରିଦିଏ ।।


ବର୍ଷା ଆସେ ଆକାଶର ଅଗଣାରେ

     ଜଗତ ଉଦ୍ଧାର ପାଇଁ

ବାରୀଦର ବୁନ୍ଦା ଜଳର ପ୍ଲାବନେ

    ଅନେକ ଆସକ୍ତି ନେଇ ।।


ଚିତ୍ରକର ହାତେ ଆଙ୍କିଦିଏ ଚିତ୍ର

     ବାଦଳର ରଙ୍ଗ ବୋଳି

ଶୀତଳାଇ ଦିଏ ଆକାଶର ଛାତି

     ପୁଣି ବର୍ଷା ଜଳ ଢାଳି ।।


ଇନ୍ଦ୍ରଧନୁ ଆଣେ ଆକାଶ ବୁକୁରେ

     ବରଷା ସୁନ୍ଦରୀ ରାଣୀ

ଆକାଶଟା ସତେ ମହାଦାନୀ ବନ୍ଧୁ

   ସଭିଏଁ ତା ପାଖେ ଋଣୀ ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational